ବିଜେପି ସାଂସଦଙ୍କ ଘର ଉପରକୁ ବୋମାମାଡ

ସତ୍ୟପାଠ ବ୍ୟୁରୋ : ନିର୍ବାଚନ ସରିଛି । ଫଳାଫଳ ବି ବାହାରି ସାରିଛି । ହେଲେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା କମୁନି । ବୈରକପୁର ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ଉପରକୁ ଗତକାଲି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ଘର ବାହାରେ ଦୃବୁର୍ତ୍ତ ଗୁଳି ଚାଳନା କରିଥିବା ମଧ୍ୟ କୁହାଯାଉଛି । ଏଥିପାଇଁ ଟିଏମସିକୁ ଦାୟୀ କରିଛି ବିଜେପି । ଜଗତଦଲ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି ।

ଅର୍ଜୁନଙ୍କ ପୁତୁରା ତଥା ଭାଟପାରା ନଗର ନିଗମ ମୁଖ୍ୟ ସୌରଭ ସିଂ କହିଛନ୍ତି, ବିଳମ୍ବିତ ରାତିରେ ସେ ଘରକୁ ଫେରିବା ପରେ କିଛି ଦୁର୍ବୃତ୍ତ ତାଙ୍କ ବାସଭବନ ଉପରକୁ ବୋମାମାଡ କରିଥିଲେ । ଏହାପରେ ଘର ବାହାରେ ପ୍ରାୟ ୭ରୁ ୮ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ ଆତତାୟୀ । ଘର ବାହାରୁ କିଛି ଅଫୁଟା ଗୁଳି ବି ଜବତ ହୋଇଛି । ତେବେ ଟିଏମସିର କର୍ମକର୍ତ୍ତା ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି ।

Related Posts