ଫେରିଲା ମୌସୁମୀ, ଭିଜିଲା ଓଡିଶା

ଉତ୍ତର ବଙ୍ଗୋପସାଗ‌ରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହୋଇଛି। ପ୍ରଭାବରେ ଆସନ୍ତା ୪ ଦିନ ଧରି ସାରା ଓଡ଼ିଶାରେ ବର୍ଷା ଲାଗିରହିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ। ଗୋଟିଏ ଦୁଇଟି ସ୍ଥାନରେ ଶହେ ମିମିରୁ ଅଧିକ ପରିମାଣର ବର୍ଷା ହୋଇପାରେ ‌ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଖୋର୍ଧା, କଟକ, ପୁରୀ, ଜଗତ୍‌ସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ‌ଯେ ୨୫ ତାରିଖରେ ବର୍ଷାର ପ୍ରଭାବ ମୁଖ୍ୟତଃ ଉପକୂଳ ଓଡ଼ିଶା ଉପରେ ରହିବ। ଖୋର୍ଧା ସମେତ ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, ‌ଭଦ୍ରକ, ଗଞ୍ଜାମ, ନୟାଗଡ଼, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ବ୍ଲକରେ ୧୦୦ରୁ ୧୨୦ ମିମି ପର୍ଯ୍ୟନ୍ତ ବର୍ଷା ହେବ। କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଆଦି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତଜନିତ ବର୍ଷା ଲାଗିରହିବ। ୨୬ ଓ ୨୭ ତାରିଖରେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି।

Related Posts