ବିରୋଧୀ ନୁହଁଁ, ମନ୍ତ୍ରୀ ଖୋଲିଲେ ର୍ଦୁନୀତି ପେଡି

ସତ୍ୟପାଠ ବ୍ୟୁରୋ : ସମବାୟ ବ୍ୟାଙ୍କରେ ସାଂଘାତିକ ଦୁର୍ନୀତି । ହଜାରେ କି ଲକ୍ଷେ ନୁହେଁ ପୁରା ୪୩କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏକଥା ନୁହେଁ ଯେ, ଏହା ସରକାର ଜାଣି ନାହାଁନ୍ତି କିନ୍ତୁ ସରକାର ଜାଣିବି ଆବଶ୍ୟକୀୟ ପଦକ୍ଷେପ ନେଇ ନାହାଁନ୍ତି । ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ସାଂଘାତିକ ତଥ୍ୟ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ନବୀନଙ୍କ ମନ୍ତ୍ରୀ କହିଲେ ତାଙ୍କରି ସମୟରେ ହୋଇଛି ଦୁର୍ନୀତି । ବର୍ଷେ କି ଛ’ ମାସରେ ହୋଇନି ବରଂ କ୍ରମାଗତ ଭାବେ ଏହି ଦୁର୍ନୀତି ହୋଇଛି । ଆଇନକାନୁନକୁ ଫାଙ୍କି ଦେଇ ଆଖିବୁଜା ଟଙ୍କା ଦିଆ ଯାଇଛି । କେବେ ରାଉରକେଲା ଶାଖାକୁ, କେବେ ପୁଣି ବିଜୟାନନ୍ଦ ଚିନିକଳକୁ । ଆଉ ଏଥିରେ ସଂପୃକ୍ତ ଅଛନ୍ତି ୧୬୨ଜଣ କର୍ମଚାରୀ । ୪୩କୋଟିର କେଳେଙ୍କାରୀ ଉପରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ । ଲୋକଦେଖାଣିଆ ଭାବେ କେଇ ଜଣ ହାତଗଣତି କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କିନ୍ତୁ ଭିଜିଲାନ୍ସ ତଦନ୍ତର ଆଳରେ ବାକି ସମସ୍ତଙ୍କୁ ଖସାଇବାକୁ ଚତୁରତାର ସହ ଉଦ୍ୟମ କରାଯାଇଛି । ଯେଉଁମାନଙ୍କ ଭିତରୁ ଅଧିକାଂଶ ଅବସର ବି ନେଇ ସାରିଲେଣି ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତା, ଅର୍ଥ ତୋଷରପାତ ଓ ଋଣ ଜାଲିଆତି ବାବଦ କ୍ଷତି ୯କୋଟି ୭୫ଲକ୍ଷ ୫୩ହଜାର ୭୫୩ ଟଙ୍କା । ଅନ୍ୟପଟେ କେନ୍ଦ୍ର ସମବାୟ ବ୍ୟାଙ୍କରେ ଏହି କ୍ଷତିର ପରିମାଣ ୩୨କୋଟି ୪୯ଲକ୍ଷ ୬୩ହଜାର ୭୯ଟଙ୍କା ୬୦ପଇସା । ଏହି କେଳେଙ୍କାରୀରେ ରାଜ୍ୟ ସମବାୟ ବ୍ୟାଙ୍କର ୩୨ଜଣ କର୍ମଚାରୀ ସଂପୃକ୍ତ ଥିବା ବେଳେ କେନ୍ଦ୍ର ସମବାୟ ବ୍ୟାଙ୍କର ୧୨୯ଜଣ କର୍ମଚାରୀ ସଂପୃକ୍ତ ଥିବା ମନ୍ତ୍ରୀ କହିଛନ୍ତି । କିନ୍ତୁ ସେମାନଙ୍କ ବିରୋଧରେ କେବଳ ଭିଜିଲାନ୍ସ ତଦନ୍ତ ଚାଲୁଥିବା ବେଳେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି ।

ବଡକଥା ହେଉଛି, ଏ କେଳେଙ୍କାରୀ ଆଜିର ନୁହେଁ ବରଂ ଦୀର୍ଘ ବର୍ଷର । ଅନେକ ମନ୍ତ୍ରୀ ଆସିକି ଗଲେଣି କିନ୍ତୁ ସବୁ ଯେମିତି ଚୁପ । କେବଳ ପୂର୍ବତନ ସମବାୟ ମନ୍ତ୍ରୀ ଏ ସମ୍ପର୍କରେ ପୂର୍ବରୁ ଥାର୍ଡଫ୍ଲୋରର ଚାପ କଥା କହି ସାରିଛନ୍ତି । ତୃତୀୟ ମହଲା ଚାହିଁଲାନି ବୋଲି ନା ତ ତଦନ୍ତ ଠିକ୍ ହେଲା, ନା ଦୋଷୀକୁ ଦଣ୍ଡ ମିଳିଲା ବୋଲି ଦାମବାବୁ କହିଥିଲେ । ସେତେବେଳେ ତାଙ୍କ କଥାକୁ ଏତେ ଗୁରୁତ୍ୱ ଦିଆଗଲାନି ।

ଏଇ ନିକଟରେ ନାବାର୍ଡ ବି ଏହାକୁ ନେଇ ତଥ୍ୟ ରଖିଛନ୍ତି । ସରକାରୀ ତଥ୍ୟ କହୁଛି, ଅନୁଗୁଳ ସଂଯୁକ୍ତକେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪ କୋଟି ୫୨ ଲକ୍ଷ ଟଙ୍କାର କେଳଙ୍କାରୀ ହୋଇଛି । ବଲାଙ୍ଗୀର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୩୩ଲକ୍ଷ ୨୧ ହଜାର, ବାଲେଶ୍ୱରରେ ୫କୋଟି ୮୬ଲକ୍ଷ। ସେମିତି ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଭବାନୀପାଟଣା କେନ୍ଦ୍ରୀୟ ସମବାୟ , ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ,ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସମ୍ବଲପୁର ଜିଲ୍ଲାକେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ମୟୂରଭଂଜ କେନ୍ଦ୍ରୀୟ ସମବାୟବ୍ୟାଙ୍କ, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସୁନ୍ଦରଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବି କେଳଙ୍କାରୀ ହୋଇଛି । ୨୧୭ ଜଣ ଗ୍ରାହକ ବି ଏଥିରେ ପ୍ରଭାବିତ ହୋଇଛନ୍ତି । କିନ୍ତୁ କାର୍ଯ୍ୟାନୁଷ୍ଠାନ ବେଳକୁ ସମସ୍ଥଙ୍କ ମୁହଁ ତଳକୁ…

Related Posts