ରାଜଧାନୀରେ ଫୁଟିଲା ବୋମା: ସହିଦନଗର ଥାନା ପୋଲିସର ତଦନ୍ତ ଜାରି

ବନେଶ୍ବର ୨୦।୦୫ : ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର | କେତେବେଳେ ବିଚ୍‌ ରାସ୍ତାରେ ଗୁଳି ଫୁଟୁଛି ତ ଆଉ କେତେବେଳେ ବୋମାମାଡ଼ ହେଉଛି। କିଛି ଦିନ ହେବ ରାଜଧାନୀ ଛାତି ଉପରେ ଯେପରି ଅପରାଧୀ ମାନେ ତାଣ୍ଡବ ରଚି ଚାଲିଛନ୍ତି। ଏପରି ସମାନ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି। ରାଜଧାନୀରେ ଫୁଟିଛି ବୋମା । ଭୁବନେଶ୍ବର ଜଗନ୍ନାଥ ନଗରରେ ୨ଟି ବୋମାମାଡ ହୋଇଥିବା ବେଳେ, ବୋମାମାଡର କାରଣ ଅସ୍ପଷ୍ଟ ରହିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିବା ବେଳେ ସ୍ଥାନୀୟ ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ସେପଟେ ବୋମାମାଡ଼ ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ବୋମମାଡ଼ କରିଛି । ଏହା ପଛରେ କାରଣ କଣ ? ପୂର୍ବଶତ୍ରୁତା ନା ଆଉ କଣ । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

Related Posts