ଆଜି ଠାରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ସତ୍ୟପାଠ ବ୍ୟୁରୋ : ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଉଭୟ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ଆରମ୍ଭ ହୋଇଛି । ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟି˚ ଓ ଗୋଟିଏ ପ୍ରଶ୍ନପତ୍ର ହୋଇଛି । ଏହି ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର‌୍ୟ୍ୟନ୍ତ ଚାଲିବ । ରାଜ୍ୟର ୧୨୨ଟି କେନ୍ଦ୍ରରେ ମାଟ୍ରିକ ଓ ୫୫ଟି କେନ୍ଦ୍ରରେ ଓପନ୍ ସ୍କୁଲ ପରୀକ୍ଷା ହେବ ।

ରାଜ୍ୟର ୧୨୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୨୭ ହଜାର ୬୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ୫୫ଟି କେନ୍ଦ୍ରରେ ହେବ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ହେବାକୁଥିବାବେଳେ ଏଥିପାଇଁ ୯ ହଜାର ୩୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ଜୁଲାଇ ୮ରୁ ୧୪ ଯାଏ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ହେବ । ଓପନ ସ୍କୁଲ ପରୀକ୍ଷା ଜୁଲାଇ ୧୬ତାରିଖରେ ଶେଷ ହେବ ।

Related Posts