ସାଲେପୁର ଥାନା ବୋଦାମୁଣ୍ଡେଇ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାନ ଦୋକାନୀଙ୍କ ଘର ଉପରେ ବୋମାମାଡ଼

ସାଲେପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା । କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବୋଦାମୁଣ୍ଡେଇ ଗାଁରେ ବୋମାମାଡ଼ ହୋଇଛି । ପାନ ଦୋକାନୀ ଘର ଉପରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ବୋମାମାଡ଼ରେ କାହାର କିଛି ହୋଇନାହିଁ।

ଗତକାଲି ରାତିରେ ପାନ ଦୋକାନୀ ପ୍ରଫୁଲ୍ଲ ନାୟକଙ୍କ ଘର ଉପରକୁ ଦୁଇଟି ବୋମାମାଡ଼ ହୋଇଥିଲା। ସୌଭାଗ୍ୟବଶତଃ ବୋମା ଦୁଇଟି ତାଙ୍କ ଛାତ ଉପରେ ପଡ଼ିଥିଲା। ଯାହାଫଳରେ ପରିବାର ଲୋକଙ୍କ କିଛି ହୋଇନଥିଲା। ଏଭଳି କାଣ୍ଡ ପୂର୍ବତନ ସରପଞ୍ଚ ରଞ୍ଜିତ କୁମାର ଦାସ ଓ ତାଙ୍କର ଦୁଇ ସହଯୋଗୀ ଘଟାଇଥିବା ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି। ଏନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ସରପଞ୍ଚ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପ୍ରଫୁଲ୍ଲଙ୍କ ସହ ମୋର ପୂର୍ବ ଶତ୍ରୁତା ନାହିଁ। ଯଦି ମୁଁ ଦୋଷୀ ହୋଇଥିବି ତାହାହେଲେ ଆଇନ ଅନୁସାରେ ଦଣ୍ଡ ମିଳିବ। ପୁଲିସ ଘଟଣାର ତଦନ୍ତ କରୁଛି।

Related Posts