ସାଲେପୁର ସହରକୁ ଗଡିଲା ମୋ ବସ୍‌

ସାଲେପୁର: ସାଲେପୁର ସହରକୁ ଗଡିଲା ମୋ ବସ୍‌ । କଟକ ଜିଲ୍ଲା ସାଲେପୁର ସହରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ପତାକା ଦେଖାଇ ଶୁଭ୍‌ ଉଦ୍‌ଘାଟନ୍‌ କରିଛନ୍ତି ।

ସେହିପରି ଏହି କାର୍ଯ୍ୟକ୍ରମରେ ସାଲେପୁର ବ୍ୟବସାୟ ସଂଘର ସଭାପତି ନବ କିଶୋର କର, ସରକାରୀ ଓକିଲ ରବୀନ୍ଦ୍ର କୁମାର ପଣ୍ଡା , ସରପଞ୍ଚ ପବିତ୍ର ସାମଲ ପ୍ରମ୍ମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ଏଥିରେ ସାଲେପୁର ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ।

କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସହର ହେଉଛି ଏକ ପ୍ରମ୍ମୁଖ ସହର। ଜନସାଧାରଣଙ୍କ ସୁବିଧାପାଇଁ ସରକାର ମୋବସ ସେବା ଯୋଗାଇ ଦେଇଛନ୍ତି। ଯାହାଦ୍ୱାରା ଜନସାଧାରଣ ସୁବିଧାରେ କଟକରୁ ସାଲେପୁର ଯାତାୟାତ କରିପାରିବେ। ଏନେଇ ସାଲେପୁରବାସୀଙ୍କ ମନରେ ଖୁସିର ଲହରୀ ଦେଖାଦେଇଛି ।

ଆଜି ର ସମୟରେ ମୋ ବସ ପ୍ରତେକ ଯାତ୍ରୀଙ୍କୁ ସୁବିଧା ଯୋଗାଇ ଆସୁଛି । ପ୍ରତେକ ଛକ ମାନଙ୍କରେ ମୋ ବସ୍ ସୁବିଧା ଉପଲବ୍ଧ ।

Related Posts