ଚେୟାର, ଟେବୁଲ, ରାସ୍ତା ବି ଇଣ୍ଟରନେଟରେ ଯୋଡି ହୋଇପାରିବ, ପଢ଼ନ୍ତୁ ଓଡ଼ିଆ ପୁଅର ଏହି ବହିଟିକୁ

ଭୁବନେଶ୍ବର: ଆମ ଦେଶର ଲେଖକ ଲେଖିକା ମାନେ ମୁଖ୍ୟତ ଉପନ୍ୟାସ, କବିତା, ଗଳ୍ପସଂକଳନ, ଆତ୍ମଚରିତ ଇତ୍ୟାଦି ଲେଖିବାରେ ନିଜର ମନୋନିବେଶ କରିଛନ୍ତି | ଏହି ସମୟରେ ଏକ ଗବେଷଣାତ୍ମକ ପୁସ୍ତକ ଲେଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯୁବ ଲେଖକ ତଥା ଗବେଷକ ସାଗର ପ୍ରଧାନ | ତାଙ୍କ ରଚିତ ପୁସ୍ତକ “ଇଣ୍ଟେର୍ନେଟ ଅଫ ଥିଙ୍ଗୀସ” ଏବେ ଯୁବ ଗୋଷ୍ଠୀ ମାନକ ଗହଣରେ ଵେଶ ଆଦୃତ ହୋଇପାରିଛି |

 ​ପ୍ରଯୁକ୍ତି ବିଦ୍ୟାର ଭବିଷ୍ୟତ “ଇଣ୍ଟରନେଟ ଅଫ ଥିଙ୍ଗ୍ସ “। ଏକବିଂଶ ଶତାବ୍ଦୀର ଏକ ପ୍ରମୂଖ ଉଦ୍ଭାବନ ହେଉଛି  “ ଆଇ .ଓ.ଟି ”  ବା  “ ଇଣ୍ଟରନେଟ ଅଫ ଥିଙ୍ଗ୍ସ “ । ଏହା ଏପରି ଏକ ଜ୍ଞାନ କୌଶଳ ଯାହାଦ୍ୱାରା କେବଳ ସ୍ମାର୍ଟଫୋନ, କମ୍ପ୍ୟୁଟର କିମ୍ବା ଲାପଟପ ନୁହେଁ , ବରଂ ଆମ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଏସି, ଟିଭି, ଗାଡି, ଚଷମା, ଘଣ୍ଟା, ଜୋତା ଭଳି ଭୌତିକ ବସ୍ତୁଗୁଡିକ ମଧ୍ୟ ସେନସର ସହାୟତାରେ ଇଣ୍ଟେର୍ନେଟ ଦ୍ଵାରା ସଂଯୁକ୍ତ ହୋଇପାରିବ ଏବଂ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ ସହ ଯୋଗାଯୋଗ ସ୍ଥାପନ କରିପାରିବ । ଏହି ଜ୍ଞାନ କୌଶଳକୁ ଉପଯୋଗ କରି କୃଷି, ଶିଳ୍ପ, ବାଣିଜ୍ୟ, ସ୍ଵାସ୍ଥ୍ୟସେବା, ସଡକ ନିୟନ୍ତ୍ରଣ, ପରିବେଶ ସୁରକ୍ଷା, ଶକ୍ତି ସଂରକ୍ଷଣ, ଯୋଗାଣ ସେବା, ଆଦିକୁ ଇଣ୍ଟରନେଟ ସହଯୋଗରେ ସ୍ଵୟଂଚାଳିତ କରାଯାଇପାରିବ ।
​ଏକ ରିପୋର୍ଟ ଅନୁସାରେ ଆଗାମୀ ୨୦୨୫ ସୁଦ୍ଧା ବିଶ୍ଵ ଅର୍ଥନୀତିରେ “ ଆଇ .ଓ.ଟି ”ର ଯୋଗଦାନ ପାଖାପାଖି ୧୧ଟ୍ରିଲିୟନ ଆମେରିକୀୟ ଡଲାର ହେବାର ସମ୍ଭାବନା ଅଛି । ତେବେ ଭବିଷ୍ୟତର ଟେକ୍ନୋଲୋଜି କୁହାଯାଉଥିବା ଏହି ବିଷୟଟି ରାଜ୍ୟ ତଥା ଦେଶର ପ୍ରମୁଖ ବୈଷୟିକ ବିଶ୍ଵବିଦ୍ୟାଳୟ ଗୁଡିକର ପାଠ୍ୟକ୍ରମରେ ଅନ୍ତର୍ଭୂକ୍ତ କରାଯାଇଛି | ତେବେ ସାଗର ଙ୍କ ଦ୍ୱାରା ଲିଖିତ ଏହି “ ଇଣ୍ଟରନେଟ ଅଫ ଥିଙ୍ଗ୍ସ (Internet of Things) “ ପୁସ୍ତକ ଟି ଗତ ମାସ ଶେଷ ସପ୍ତାହରେ ଇଞ୍ଜିନିୟର ମାଇଣ୍ଡ(EM) ପ୍ରକାଶନ ଦ୍ଵାରା ପ୍ରକାଶ ପାଇଛି । 
​ସାଗର ଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗ| ମଲ୍ଲିକେଶ୍ୱରପୁର ଗ୍ରାମରେ | ସେ କେନ୍ଦ୍ରାପଡ଼ା ରେ ହିଁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ ଏବଂ ପରେ ଭୁବନେଶ୍ୱର ରେ ବୈଷୟିକ ଶିକ୍ଷା ଲାଭ କରିଥିଲେ | ସେ ଏବେ ବେଙ୍ଗାଳୁରୁ ସ୍ଥିତ ଏକ ଆମେରିକୀୟ କମ୍ପାନୀରେ ବରିଷ୍ଠ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ । ସେ ପୂର୍ବରୂ ଇନଫୋସିସ ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ ଇଣ୍ଡିଆ ପରି ପ୍ରତିଷ୍ଠିତ ସଂସ୍ଥାମାନଙ୍କ ସହ ଦୀର୍ଘଦିନ ଧରି କାର୍ଯ୍ୟ କରିସାରିଛନ୍ତି ।
ସେ ମଧ୍ୟ ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ ଇଞ୍ଜିନିୟରସ ଏବଂ ଆଇ.ଏ.ଇ.ଏନ.ଜି. ସୋସାଇଟି ଅଫ କମ୍ପ୍ୟୁଟର ସାଇଣ୍ଟିଷ୍ଟସ(ହଙ୍ଗକଙ୍ଗ) ପରି ଆନ୍ତର୍ଜାତିକ ଗବେଷଣା ସଂସ୍ଥାମାନଙ୍କ ସଦସ୍ୟ ଅଟନ୍ତି । ପୂର୍ବରୁ ତାଙ୍କ ଲିଖିତ ଗଳ୍ପସଂକଳନ “ଏ କପ ଅଫ ଟି ଉଇଥ ଲାଇଫ” ମଧ୍ୟ ବିଭିନ୍ନ ସଂସ୍ଥା ତରଫରୁ ପୁରସ୍କୃତ ହୋଇଥିଲା
Related Posts