ଏହି ଅଭିନେତାଙ୍କୁ ଡେଟିଂ କରିବାକୁ ଚାହାନ୍ତି ସାରା ଅଲ୍ଲୀ ଖାନ୍…

ବଲିଉଡ୍ ଷ୍ଟାର କିଡ୍ମାନଙ୍କ ମଧ୍ୟରୁ ସୈଫ୍ ଅଲ୍ଳୀ ଖାନ୍ ଓ ଅମ୍ରିତା ରାୟଙ୍କ ଝିଅ ସାରାଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆଗକୁ ତାଙ୍କ ଅଭିନୀତ ‘ କେଦାରନାଥ‘ ଫିଲ୍ମ ଆସିବାକୁ ଥିବାବେଳେ ସେ ବାପା ସୈଫ୍ଙ୍କ ସହିତ କରନ୍ ଜୋହରଙ୍କର ପ୍ରସିଦ୍ଧ ସୋ’ ‘ କଫି ୱିଥ୍ କରନ୍’ରେ ପହଞ୍ଚିଥିଲେ । ସେଠି ସାରା ଏମିତି କିଛି କଥା କହିଥିଲେ ଯାହାକି ଆପଣ ହୁଏତ ତାଙ୍କ ବିଷୟରେ ଜାଣିନଥିବେ ।

ସାରାଙ୍କୁ ଯେତେବେଳେ ପଚରାଗଲା ଆପଣ କେଉଁ ଅଭିନେତାଙ୍କ ସହ ଡେଟିଂ କରିବାକୁ ଚାହାନ୍ତି ସେତେବେଳେ ସେ କୌଣସି ପ୍ରସିଦ୍ଧ ହିରୋଙ୍କ ନାଁ କହିନଥିଲେ । ବରଂ ନବାଗତ କାର୍ତ୍ତିକ ଆର୍ଯ୍ୟନ ତାଙ୍କର ପସନ୍ଦ ବୋଲି ଦର୍ଶାଇଥିଲେ ସେ । ତେବେ ବିବାହ କଥା ଉଠିବା ପରେ ସେ ଅଭିନେତା ରଣବୀର କପୁରଙ୍କୁ ଏଥିପାଇଁ ବାଛିବେ ବୋଲି କହିଥିଲେ । ସାରାଙ୍କର ଫିଲ୍ମ କେଦାରନାଥ ଡିସେମ୍ବର ୭ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ସେଥିରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

Related Posts