ବିପଦରେ ଜାତୀୟ ପଶୁ, 24 ଘଣ୍ଟାରେ ଗଡିଲାଣି 4 ମୁଣ୍ଡ

ନୂଆଦିଲ୍ଲୀ: ଅସୁରକ୍ଷିତ ଜାତୀୟ ପଶୁ । ଦେଶବ୍ୟାପୀ ବଢି ଚାଲିଛି ବାଘ ମୃତ୍ୟୁ ସଂଖ୍ୟା। ବୁଧବାର ମହାବଳ ବାଘ ମହାଭୀରର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରୁ ଆସିଥଲା ଏହି ବାଘ । ଏହାପରେ ବାଘୁଣୀ ସୁନ୍ଦରୀକୁ ଆଣି ଓଡ଼ିଶାରେ ବାଘ ସଂଖ୍ୟା ବଢାଇବା ରାଜ୍ୟ ସରକାରଙ୍କର ଥିଲା । ସେପଟେ ଆଜି (ଗୁରୁବାର) ସକାଳୁ ମହାରାଷ୍ଟ୍ରରେ ଦୁଇଟି ବାଘ ଛୁଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚନ୍ଦ୍ରାପୁର ଲୋହରା ଜଙ୍ଗଲ ଦେଇ ଯାଇଥିବା ରେଳ ଧାରଣାରୁ ଦୁଇଟି ବାଘଛୁଆର ମୃତଦେହ ଜବତ କରିଛି ବନ ବିଭାଗ।

ଟ୍ରେନ ଧକ୍କାରେ ବାଘ ଶାବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବନବିଭାଗ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଗତକାଲି ରାତିରେ ଉତ୍ତରାଖଣ୍ଡ ବାଘେଶ୍ବର ଜଙ୍ଗଲରେ ବନବିଭାଗର ଶିକାର ହୋଇଛି ଏକ ଚିତାବାଘ। ଏହି ମଣିଷଖିଆ ବାଘୁଣୀକୁ ଗୁଳିକରି ମାରିଛି ବନ ବିଭାଗ।

ବାଘୁଣୀର ଶିକାରୀ ଦାନ୍ତ ଭାଙ୍ଗି ଯାଇଥିବାରୁ ସେ ବନ୍ୟଜନ୍ତୁ ଶିକାର କରିପାରୁ ନଥିଲା। ତେଣୁ କିଛି ଦିନ ମଧ୍ୟରେ ମଣିଷଙ୍କୁ ଆକ୍ରମଣ କରୁଥିଲା ବାଘୁଣୀ। ଛୋଟଛୁଆଙ୍କୁ ଶିକାର କରୁଥିଲା ଏହି 8 ବର୍ଷୀୟା ବାଘୁଣୀ। ଦିନକ ମଧ୍ୟରେ ସମଗ୍ର ଦେଶରେ ତିନୋଟି ବାଘର ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି।

Related Posts