ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋର୍ଟ ପରିସରରେ ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ଏଭଳି ଘଟଣାଟି ଘଟିଛି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସରରେ। ତେବେ ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲା ରେଗିଡ଼ି ଅଞ୍ଚଳର ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ମହିଳା ଜଣଙ୍କ ହଠାତ୍ ଏସଡିଜେଏମ୍ କୋର୍ଟ ପରିସର ଭିତରକୁ ଚାଲିଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଦେବାକୁ ପ୍ରୟାସ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମହିଳାଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ମହିଳା ଜଣଙ୍କ କାହିଁକି କୋର୍ଟ ପରିସରରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କଲେ ସେ ସମ୍ପର୍କରେ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Related Posts