ଏଏସଓ ପରୀକ୍ଷାକୁ ନେଇ ବଡ ରାୟ; ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟଙ୍କ ବଡ ରାୟ। ପ୍ରକାଶ ପାଇବ ନାହିଁ ଏଏସଓ ପରୀକ୍ଷା ଫଳ। ଫଳ ପ୍ରକାଶ ଉପରେ ରୋକ ଲଗାଇଲେ ହାଇକୋର୍ଟ । କୋର୍ଟର ବିନା ଅନୁମତିରେ ଓପିଏସି ପରୀକ୍ଷାଫଳ ପ୍ରକାଶ କରିପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଚୂଡାନ୍ତ ତାଲିକା ପ୍ରକାଶ ଉପରେ ମଧ୍ୟ ରୋକ ଲଗାଯାଇଛି । ତେବେ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଟେଷ୍ଟ ଜାରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଆବେଦନକାରୀଙ୍କ ତଥ୍ୟ ବିଚାରଯୋଗ୍ୟ ବୋଲି କହିଛନ୍ତି ହାଇକୋର୍ଟ। ଏଥିପାଇଁ ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଚୁଡାନ୍ତ ତାଲିକା ପ୍ରକାଶ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ ତାରିଖରେ ହେବ ବୋଲି ସୂଚନା ମିଳିଛି।

ତେବେ ଏଏସଓ ପରୀକ୍ଷା କୁ ନେଇ ବିବାଦ କମିବାର ନାମ ନେଉ ନାହିଁ ।ଏଏସଓ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ପୁଣି ବିବାଦ ଦେଖାଦେଇଛି । ମୂଲ୍ୟାଙ୍କନକୁ ଚ୍ୟାଲେଞ୍ଜ କରି ଏହି ମାମଲା ପୁଣି ଥରେ ହାଇ କୋର୍ଟରେ ପହଞ୍ଚିଥିଲା । ଏହାପରେ ଓପିଏସିକୁ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ଏହି ମାମଲା ଉପରେ ଶୁଣାଣି ହେଇଛି। ମାମଲାର ଶୁଣାଣି କରି ଏହି ହାଇକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ଏନେଇ ଓପିଏସସି ଅଧ୍ୟକ୍ଷ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ । ପରୀକ୍ଷାରେ କିମ୍ବା ଉତ୍ତରଖାତା ମୂଲ୍ୟୟାନରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି କହିଥିଲେ ।

Related Posts