ରୁଷର ୧୮ ବିଲିୟନ ପାଉଣ୍ଡ ସମ୍ପତ୍ତି ଫ୍ରିଜ୍ କଲେ ବ୍ରିଟେନ ସରକାର

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ କୁ ନେଇ ବ୍ରିଟେନ ବାରମ୍ବାର ବିରୋଧ କରିଆସୁଥିବା ବେଳେ, ଏବେ ରୁଷ ବିରୋଧରେ ସରକାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ରୁଷର ୧୮ ବିଲିୟନ ପାଉଣ୍ଡ(୨୦.୫ ବିଲିୟନ ଡଲାର)ର ସମ୍ପତ୍ତି ଫ୍ରିଜ୍ କରିଛି ବ୍ରିଟେନ । ଏହି ସମ୍ପତ୍ତିରେ ରୁଷ ଧନୀକ ବ୍ୟକ୍ତି, ସଂସ୍ଥା ଏବଂ ଅନ୍ୟ ବ୍ୟକ୍ତିଙ୍କ ସମ୍ପତ୍ତି ସାମିଲ ରହିଛି । ରୁଷ ବିରୋଧରେ ବ୍ରିଟେନର ଏହି ପଦକ୍ଷେପ ଆଜି ଯାଏଁର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।

ବ୍ରିଟେନ ଟ୍ରେଜରୀରେ ଜୁନିୟର ମନ୍ତ୍ରୀ ଏଣ୍ଡ୍ରୁ ଗ୍ରିଫିଥ୍ କହିଛନ୍ତି, ‘ଆମେ ରୁଷ ବିରୋଧରେ ଆଜି ଯାଏଁର ସବୁଠୁ ବଡ଼ ପଦକ୍ଷେପ ନେଇଛୁ ଏବଂ ଏହା ରୁଷର ଯୁଦ୍ଧ ମେସିନକୁ ପଙ୍ଗୁ କରିଦେବ। ଆମର ସ୍ପଷ୍ଟ ସନ୍ଦେଶ, ଏହି କ୍ରୁର ଯୁଦ୍ଧରେ ପୁଟିନଙ୍କୁ ସଫଳ ହେବାକୁ ଦେବୁ ନାହିଁ’। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଗତ ଆଠ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି। ଯୁଦ୍ଧରେ ରୁଷ ୟୁକ୍ରେନ ଠାରୁ ପ୍ରବଳ ଗତିରୋଧର ସାମନା କରିଛି। ଅନେକ ବିନ୍ଦୁରେ ରୁଷର ସ୍ଥିତି ଦୁର୍ବଳ ଥିବା ନଜର ଆସିଛି।

ମିଳିତ ଜାତିସଂଘ ମହାସଭାରେ ୟୁକ୍ରେନ ଉପରେ ଆକ୍ରମଣ କରି ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ ମାମଲାରେ ରୁଷକୁ ଉତ୍ତରଦାୟୀ କରିବା ପାଇଁ ଏକ ପ୍ରସ୍ତାବ ଉପରେ ସୋମବାର ମତଦାନ ଦେବ । ଏହି ପ୍ରସ୍ତାବରେ କ୍ଷତିପୂରଣ ପ୍ରବଧାନ ମଧ୍ୟ ରହିଛି ।

Related Posts