
ଚେନ୍ନାଇ: ଦେଶର ରାଷ୍ଟୀୟ ଭାଷା ହିନ୍ଦୀ ଭାଷାକୁ ନେଇ ବିବାଦୀୟ ବୟାନ ଦେଲେ ତାମିଲନାଡୁ ଉଚ୍ଚ ଶିକ୍ଷାମନ୍ତ୍ରୀ | ଦେଶର ଅଧିକାଂଶ ଲୋକ ହିନ୍ଦୀରେ କଥାବାର୍ତ୍ତା କରନ୍ତି । ସେମାନେ ଆଗାମୀ ଦିନରେ କେବଳ ଗୁପ୍ଚୁପ୍ ବିକ୍ରି କରନ୍ତି । ଏପରିକିଛି କହିଛନ୍ତି ତାମିଲନାଡୁ ଉଚ୍ଚ ଶିକ୍ଷାମନ୍ତ୍ରୀ କେ ପୋନମୁଡୀଙ୍କର । ଏକ କାର୍ଯ୍ୟକ୍ରମରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ତାମିଲନାଡୁର ମନ୍ତ୍ରୀ । ସେ କହିଛନ୍ତି ଯେ, ହିନ୍ଦୀ ଭାଷା କହୁଥିବା ଲୋକେ ଗୁପଚୁପ୍ ବିକ୍ରି କରିଥାନ୍ତି ।
କେ ପୋନମୁଣ୍ଡୀ ଶୁକ୍ରବାର କୋଏମ୍ବାଟୁରରେ ଭରତିୟାର ୟୁନିଭରସିଟିର ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରୁଥିଲେ । ସମାରୋହରେ ହିନ୍ଦୀ ଭାଷା ଉପରେ କୌଣସି ପ୍ରସଙ୍ଗ ନଥିଲା । ଏହା ପରେ ବି ସେ ହିନ୍ଦୀ ବିରୋଧୀ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, ହିନ୍ଦୀ ଭାଷା ଶିଖିଲେ ଯଦି ରୋଜଗାର ମିଳିଯିବ, ତା’ହେଲେ ହିନ୍ଦୀ କହୁଥିବା ଲୋକେ କାହିଁକି ଗୁପ୍ଚୁପ ବିକ୍ରି କରୁଛନ୍ତି ।
ପୋନମୁଣ୍ଡ ଏତିକିରେ ଅଟକି ଯାଇ ନଥିଲେ । ସେ କହିଥିଲେ ଯେ, ଭାଷା ଦୃଷ୍ଟିରୁ ହିନ୍ଦୀ ତୁଳନାରେ ଇଂରାଜୀ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ଲୋକଙ୍କ ସାମ୍ନାରେ ଯୁକ୍ତି ବାଢ଼ିଥିଲେ ଯେ, ହିନ୍ଦୀ କହୁଥିବା ଲୋକ ଛୋଟ ଚାକିରି କରନ୍ତି । ଉଚ୍ଚ ଶିକ୍ଷାମନ୍ତ୍ରୀ କହିଥିଲେ ଯେ, ତାମିଲ ଛାତ୍ର ଯଦି ଭାଷା ଶିଖିବାର ଅଛି, ତା’ହେଲେ ହିନ୍ଦୀ ତାଙ୍କ ପାଇଁ ବୈକଳ୍ପିକ ହେବା ଦରକାର । ସେ କହିଛନ୍ତି ତାମିଲନାଡୁ ସରକାର ନ୍ୟାସନାଲ ଏଜୁକେଶନ ପଲିସି-୨୦୨୦ର ଭଲ କଥାକୁ ଲାଗୁକରିବ । ତାମିଲନାଡୁରେ ତାମିଲ ଓ ଇଂରାଜୀ ଭାଷା ଲାଗୁ ହେଲେ ଭଲ । ଯଦି କୌଣସି ତାମିଲ ଛାତ୍ର ହିନ୍ଦୀ ପଢ଼ିବାକୁ ଚାହାନ୍ତି, ତାହା ବିକଳ୍ପ ମାତ୍ର ।