ନୂଆ ବିକଳ୍ପ ସ୍ଲାବ ସୁହାଇବ ନିମ୍ନ ଓ ମଧ୍ୟମ ବର୍ଗ ଆୟକର ଦାତାଙ୍କୁ

ସତ୍ୟପାଠ ବ୍ୟୁରୋ(ନୂଆ ଦିଲ୍ଲୀ):- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ ଉପସ୍ଥାପନ କରିବାକୁ ଯାଇ ଆୟକର ସ୍ଲାବରେ ଏକ ବିକଳ୍ପ ବ୍ୟବସ୍ଥା କରିଛନ୍ତି । ମଧ୍ୟମିତ୍ତ ବର୍ଗର ନଜର ସର୍ବାଧିକ ଏହି ଆୟକର ସ୍ଲାବ ଉପରେ ହିଁ ଥିଲା ଯାହାକୁ ଦୃଷ୍ଟିରେ ରଖି ଏହା କରାଯାଇଛି ।

ପ୍ରଥମତ ନୂଆ ଟିକସ ସ୍ଲାବରେ ସରଳିକରଣ କରିବା ସହ ଟି କସ ମଧ୍ୟ କମ୍ କରାଯାଇଛି । ଅର୍ଥମନ୍ତ୍ରୀ ଏହାର ସ୍ପଷ୍ଠିକରଣ ଦେବାକୁ ଯାଇ କହିଛନ୍ତି କି ନୂଆ ଟିକସ ସ୍ଲାବ ଇଚ୍ଛାଧୀନ ଯାହା ୨.୫ରୁ ୫ ଲକ୍ଷ ମଧ୍ୟରେ ୫%, ୫ରୁ ୭.୫ ଲକ୍ଷ ମଧ୍ୟରେ ୧୦ %, ୭.୫ରୁ ୧୦ ଲକ୍ଷ ୧୫%, ୧୦ରୁ ୧୨ ଲକ୍ଷ ୨୦%, ୧୨.୫ ରୁ ୧୫ ଲକ୍ଷ ୨୫% ଏବଂ ୧୫ ଲକ୍ଷରୁ ଉର୍ଦ୍ଧ ୩୦% ସ୍ଥିର ହୋଇଛି । ସେହି ଅନୁପାତରେ ଦେଖିବାକୁ ଗଲେ ପୂର୍ବ ବର୍ଷରେ ଦେଉଥିବା ଟିକସ ସ୍ଲାବ ଅନୁସାରେ ୨.୫ରୁ ୫ ଲକ୍ଷ ସମାନ ଥିବା ବେଳେ ୫ରୁ ୧୦ ଲକ୍ଷ ୨୦% ଏବଂ ୧୦ରୁ ୧୫ ଲକ୍ଷ ୩୦% ଥିଲା ।

ଏକ ତୁଳନାତ୍ମକ ବିଶ୍ଳେଷଣ କଲେ ଦେଖାଯାଏ ବାର୍ଷିକ ୫ରୁ ୧୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିମାନେ ଏହାଦ୍ବାରା ସର୍ବାଧିକ ଲାଭବାନ ହେଵେ । କିନ୍ତୁ ନିମ୍ନ ଆୟକାରୀ ମାନେ ପୂର୍ବ ସ୍ଲାବ ଅନୁଯାୟୀ ସୁବିଧା ପାଇବେ । ଏଠାରେ ପ୍ରଶ୍ନ ଉଠୁଛି ପୂର୍ବରୁ ଥିବା ସ୍ଲାବ ଅନୁଯାୟୀ ଟିକସଦାତା ମାନେ ପାଉଥିବା ସମସ୍ତ ଅନ୍ୟାନ୍ୟ ରିହାତି ନୂଇ ସ୍ଲାବରେ ରହିବକି ନାହିଁ ତାହାକୁ ନେଇ ଦ୍ବନ୍ଦ ସୃଷ୍ଠି ହୋଇଛି । ଅର୍ଥମନ୍ତ୍ରୀଙ୍କ କହିବାନୁଯାୟୀ ଏହା ଇଚ୍ଛାଧୀନ ଯାହାକୁ ଯେଉଁ ସ୍ଲାବ ପସନ୍ଦ ସେମାନେ ସେହି ଅନୁଯାୟୀ ଚୟନ କରିପାରିବେ ।

Related Posts