(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ସ୍ୱାଭାବିକ ଭାବେ କେତେକ ପକ୍ଷ ଖୁସିଥିବାବେଳେ ଆଉ କେତେକ ପକ୍ଷ ନିରାଶ ହୋଇଛନ୍ତି । କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯିବା ଯୋଗୁଁ ସେଗୁଡ଼ିକ ମହଙ୍ଗା ହେବ ଓ ଆଉ କେତେକ ଉପରେ ସୀମା ଶୁଳକ ଓ ଅନ୍ୟ ଟିକସ ହ୍ରାସ ପାଇବା ଫଳରେ ସେଗୁଡ଼ିକ ଶସ୍ତା ହେବ । ଦେଶର ଶିଳ୍ପ ସଂସ୍ଥାମାନଙ୍କ ଉନ୍ନତି ପାଇଁ ସରକାର ଆମଦାନୀ ହେଉଥିବା ସାମଗ୍ରୀ ଉପରେ ମୁଖ୍ୟତଃ ଟିକସ ବୃଦ୍ଧି କରିଛନ୍ତି । ମୁଖ୍ୟତଃ ସରକାରଙ୍କ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଘରୋଇ ଶିଳ୍ପ ସଂସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କାରଣରୁ ଆମଦାନୀ ସାମଗ୍ରୀ ମହଙ୍ଗା କରାଯାଇଛି ।

ବଜେଟ ପରେ ଶସ୍ତା

ଶସ୍ତା ହେଲା ବିଦ୍ୟୁତ୍‌ କାର୍‌, ତେଲ, ଶାମ୍ପୁ, ଟୁଥ୍‌ପେଷ୍ଟ, ଡିଟରଜେଣ୍ଟ
ଘରୋଇ ବିଦ୍ୟୁତ୍‌ ସରଞ୍ଜାମ, ସ୍ବଚ୍ଛତା ସାମଗ୍ରୀ, ବ୍ୟାଗ୍‌, ବୋତଲ ଶସ୍ତା
ବ୍ରିଫ୍‌କେସ, ପାତ୍ର, ପଙ୍ଖା, ଚଷମା ଫ୍ରେମ୍‌, ବିଛଣା ସାମଗ୍ରୀ ଶସ୍ତା
ବାଉଁଶ ଫର୍ନିଚର, ଶୁଖିଲା ନଡ଼ିଆ, ଅଗରବତୀ, ପାସ୍ତା, ନମକିନ୍‌ ଶସ୍ତା
ସାନିଟାରି ନାପ୍‌କିନ, ଚକୋଲେଟ, କଷ୍ଟାର୍ଡ ପାଉଡର, ଲାଇଟର ଶସ୍ତା
ବଜେଟ ପରେ ଶସ୍ତା ହେଲା ଚଷମା, ଚୁଲା, ରନ୍ଧନ ସାମଗ୍ରୀ ଓ ପ୍ରିଣ୍ଟର
ଟୋନ୍‌ଡ କ୍ଷୀର, ଅଶୋଧିତ ଚିନି, କେତେକ ଆଲ୍‌କହଲ ମିଶ୍ରିତ ପାନୀୟ ଶସ୍ତା

ବଜେଟ ପରେ ମହଙ୍ଗା

ମହଙ୍ଗା ହେଲା ଷ୍ଟେସନାରି ସାମଗ୍ରୀ, ସୁନା, ପେଟ୍ରୋଲ, ଡିଜେଲ
କାଜୁ, ଅଟୋ ଯନ୍ତ୍ରାଂଶ, ସିନ୍ଥେଟିକ୍‌ ରବର, PVC, ଟାଇଲ୍‌ ମହଙ୍ଗା
AC, ସୁନା-ରୁପା ଗହଣା, ଇସ୍ପାତ ସାମଗ୍ରୀ, ଫାଇବର କେବୁଲ ମହଙ୍ଗା
ଲାଉଡ୍‌ ସ୍ପିକର, ଭିଡିଓ କ୍ୟାମେରା, ସିସିଟିଭି କ୍ୟାମେରା, ଗାଡ଼ି ହର୍ଣ୍ଣ
ସିଗାରେଟ, ଆମଦାନୀକୃତ ମେଡିକାଲ ଯନ୍ତ୍ରାଂଶ, ବିମ୍‌ ଲାଇଟ୍‌ ମହଙ୍ଗା
ମୋଟର ଯାନରେ ବ୍ୟବହୃତ ତାଲା, ବିଦେଶୀ ଫର୍ନିଚର ମହଙ୍ଗା

Related Posts