ଓଡ଼ିଶା ବଜେଟ; ଶିକ୍ଷାକ୍ଷେତ୍ରକୁ ମିଳିଲା ୨୯ ହଜାର ୪୯୨ କୋଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ୨୦୨୨-୨୩ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରରେ ରୂପାନ୍ତରୀକରଣକୁ ପ୍ରାଥମିକତା ଦେଇଛନ୍ତି । ଦରିଦ୍ରରୁ ଦରିଦ୍ର ତମଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ସୂଚନା ଓ ପ୍ରଯୁକ୍ତ ବିଦ୍ୟାର ବ୍ୟବହାର କରୁଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ମୋ ସ୍କୁଲ ଓ ମୋ କଲେଜ ଅଭିଯାନ ମାଧ୍ୟମରେ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଭିତ୍ତିଭୂମିର ବ୍ୟାପକ ପୁନର୍ବିନ୍ୟାସ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସେପଟେ ୨୦୨୨-୨୩ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ରରେ ୨୬ ହଜାର ୪୯୨ କୋଟି ଟଙ୍କାର ବ୍ୟବବରାଦ କରାଯାଇଛି । ଯେଉଁଥିରେ ମୋ ସ୍କୁଲ ଅଭିଯାନ ନିମନ୍ତେ ୫୨୧ କୋଟି, ମନୋନୀତ ୧୦୦ଟି ଉକ୍ରର୍ଷ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ ପାଇଁ ୪୩୯ କୋଟି କୋଟି, ବେସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକ ଅନୁଦାନ ପାଇଁ ୧୧୦୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦ କୋଟି ଟଙ୍କା, ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ପାଇଁ ୧୨୮୩ କୋଟି ଟଙ୍କା , ସମଗ୍ର ଶିକ୍ଷା ପାଇଁ ୩୫୫୨ କୋଟି ଟଙ୍କା, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୦୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଖାଲି ସେତିକି ନୁହେଁ, ବିଶ୍ୱବ୍ୟାଙ୍କ ସହାୟତାରେ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ପାଇଁ ୨୫୮ କୋଟି ଟଙ୍କା ଓ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପାଇଁ ୧୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts