ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ, ଜୋରଦାର ବିସ୍ଫୋରଣରେ ଭୁଷୁଡିଲା କୋଠା

ଦିଲ୍ଲୀର ପୀରାଗଢିରେ ଏକ ଫ୍ୟାକ୍ଟ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଘଟିଥିବା କୋଠାର କିଛି ଭାଗ ଜୋରଦାର ବିସ୍ଫୋରଣ କାରଣରୁ ଭୁଷୁଡି ଯାଇଛି। ଏହାଦ୍ଵାରା ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ସମେତ ଦମକଳ ଗାଡି ଫସି ରହିଛନ୍ତି। ତେବେ ଫ୍ୟାକ୍ଟ୍ରୀରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପୀରାଗଢି ବ୍ୟାଟେରୀ ଫ୍ୟାକ୍ଟ୍ରୀରେ ଆଜି ସକାଳ ୪ଟା ୨୩ରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଦମକଳ ବାହିନୀ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଜୋରଦାର ବିସ୍ଫୋରଣ ହେବା କାରଣରୁ ବିଲ୍ଡିଂର କିଛି ଭାଗ ଭୁଷୁଡି ଯାଇଛି। ଏହାଦ୍ଵାରା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଦମକଳ ଗାଡି ଫସି ରହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ଟ୍ଵିଟ୍ କରି କହିଛନ୍ତି।

Related Posts