ପ୍ରଶାସନିକ ସ୍ତରରେ ଅଦଳବଦଳ: ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ; ନିକୁଞ୍ଜ ବିହାରୀ ଧଳ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ସଚିବ ବା ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରୀ ଧଳ ଓ ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି

କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ନିକୁଞ୍ଜ ବିହାରୀ ଧଳ ସ୍ୱାସ୍ଥ୍ୟ ବିଭାଗ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ରାଉରକେଲା ମହାନଗର ନିଗମର କମିଶନର ହେଲେ ଦିବ୍ୟଜ୍ୟୋତି ପରିଡ଼ା । ରାଉରକେଲା ସ୍ମାର୍ଟ ସିଟିର ସିଇଓ ଭାବେ ଦିବ୍ୟଜ୍ୟୋତିଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ୟେଦୁଲା ବିଜୟଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଭାବେ ନିଯୁକ୍ତ କରାଯାଇଛି । ପ୍ରମୋଦ ମେହେର୍ଦ୍ଦା ବାଣିଜ୍ୟ ଓ ପରିବହନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରମୋଦ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।  ଅରୁଣ ବୋଥ୍ରାଙ୍କୁ ସଡ଼କ ପରିବହନ ନିଗମର  ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

Related Posts