ବୁଲନ୍ଦସହର ହିଂସା ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶର ବୁଲନ୍ଦସହର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗତକାଲି ବିଳମ୍ବିତ ରାତିରେ ହାପୁଡ଼ା ଅଞ୍ଚଳରୁ ଶିଖର ଅଗ୍ରୱାଲକୁ ଏସଆଇଟି ଗିରଫ କରି ପଚରା ଉଚରା ଜାରି ରଖିଛି । ଶିଖର ବିଜେପି ଯୁବ ମୋର୍ଚ୍ଚାର ଶ୍ୟାନା ନଗର ସଭାପତି ଥିବା ଜଣାପଡ଼ିଛି । ଏହି ଘଟଣା ପରେ ଫେରାର ଥିଲା ଶିଖର । ମାମଲାରେ ଏ ପର୍ଯ୍ୟନ୍ତ ୩୬ ଜଣଙ୍କୁ ଗିରଫ କରାଗଲାଣି । ଏବେ ବି ୫୧ ଜଣ ଅଭିଯୁକ୍ତ ଫେରାର ଥିବା ଏସ୍‌ଆଇଟି ସୂଚନା ଦେଇଛି । ଗତ ସୋମବାର ୧୨ଟିରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା । ରବିବାର ଶିଖର ଏକ ଭିଡ଼ିଓ ଜାରି କରି ପୋଲିସକୁ ଧମକ ଦେଇଥିଲା । ଏହି ଭିଡିଓ ଆଧାରରେ ପୋଲିସ ହାପୁଡ଼ାରୁ ଶିଖରକୁ ଗିରଫ କରି ପଚରାଉଚୁରା କରୁଛି । ଡିସେମ୍ବର ୩ ତାରିଖରେ ବୁଲନ୍ଦସହରରେ ହିଂସା ହୋଇଥିଲା । ଯେଉଁଥିରେ ପୋଲିସ ଇନ୍ସପେକ୍ଟର ସୁବୋଧ କୁମାର ଏବଂ ଜଣେ ସ୍ଥାନୀୟ ଯୁବକଙ୍କୁ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ୧୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Related Posts