ଟ୍ରେନ୍‌ ଲୁଟିଲେ 30 ଡକାୟତ

ସର୍ବଦା ଅପରାଧ ମାମଲାକୁ ନେଇ ଚର୍ଚ୍ଚାରେ ରହୁଥିବା ବିହାର ବୁଧବାରର ଗୋଟିଏ ଘଟଣାକୁ ନେଇ ପୁଣି ଆସିଛି ଚର୍ଚ୍ଚାକୁ । ଆନନ୍ଦ ବିହାରରୁ ଭାଗଲପୁର ଆସୁଥିବା ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରୁ ଲୁଟ୍‌ ହୋଇଛି । ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୩୦ରୁ ଅଧିକ ଡକାୟତ ଟ୍ରେନ୍‌ରେ ପସି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । କିଓଲ ଷ୍ଟେସନରେ ୩୦ରୁ ଅଧିକ ସଶସ୍ତ୍ର ଅପରାଧୀ ଟ୍ରେନ୍‌ରେ ପଶିଥଲେ । ସେମାନେ ସୁନା ଗହଣା, ମୋବାଇଲ ଓ ନଗଦ ଟଙ୍କା ସହ ୩୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଜିନିଷ ଲୁଟ୍‌ କରିଥିଲେ । ପ୍ରଥମେ S 8 ଓ S 10 ବଗି ଆଉ ପରେ AC ବଗିକୁ ଟାର୍ଗେଟ୍‌ କରିଥିଲେ ଲୁଟେରା । ଯାତ୍ରୀମାନେ ବିରୋଧ କରିବାରୁ ଲୁଟେରାମାନେ ମାରପିଟ୍‌ କରିଥିଲେ । ଟ୍ରେନ୍‌ ଜମାଲପୁରରେ ପହଞ୍ଚିବା ପରେ ଯାତ୍ରୀମାନେ ହୋହାଲ୍ଲା କରିଥିଲେ । ଯାତ୍ରୀଙ୍କ ବୟାନ ଆଧାରରେ ବିହାର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Related Posts