ପୁଣି ସିବିଆଇ Vs ସିବିଆଇ, ନାଗେଶ୍ବର ରାଓଙ୍କ ସମସ୍ତ ନିର୍ଦ୍ଦେଶ ରଦ୍ଦ କଲେ ଆଲୋକ ବର୍ମା

ସିବିଆଇ ନିର୍ଦ୍ଦେଶକ ଭାବେ ପୁଣି ଥରେ କାର୍ଯ୍ୟଭାର ସମ୍ଭାଳିବା ପରେ ଆଲୋକ ବର୍ମା ନିଜ ଫର୍ମକୁ ଫେରିଆସିଛନ୍ତି । ଅନ୍ତରୀଣ ନିର୍ଦ୍ଦେଶକ ଦାୟିତ୍ବରେ ଥିବା ଏମ୍‌ ନାଗେଶ୍ବରଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ନିର୍ଦ୍ଦେଶ ଓ କାର୍ଯ୍ୟାଦେଶକୁ ରଦ୍ଦ କରିଛନ୍ତି ଆଲୋକ ବର୍ମା । ମଙ୍ଗଳବାର ସୁପ୍ରିମକୋର୍ଟ ତାଙ୍କୁ ପଦରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ୭୭ ଦିନର ଛୁଟି ପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବୁଧବାର କାର୍ଯ୍ୟରେ ଯୋଗ ଦେଇଥିଲେ ଆଲୋକ ବର୍ମା । ୨୦୧୮ ଅକ୍ଟୋବର ୨୩ ତାରିଖରୁ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଛୁଟିରେ ପଠାଇଥିଲେ । କିନ୍ତୁ ସେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିୟ ରାୟରେ କହିଛନ୍ତି ।

Related Posts