ବଡ଼ବିଲରେ ଫୁଟିଲା ଗୁଳି: ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସ୍ୱାମୀ-ସ୍ତ୍ରୀ ମୃତ

ବଡ଼ବିଲ : ବଡ଼ବିଲରେ ଫୁଟିଲା ଗୁଳି । ଫଳରେ ଏହି ଗୁଳିମାଡ଼ରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ବଲାଣୀ ଅନ୍ତର୍ଗତ ଲସର୍ଦା ଗାଁରେ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଲକ୍ଷ୍ମୀଧର ଆପଟ ଓ ମଞ୍ଜୁଲତା ଆପଟ। ସେ ଦୁହେଁ ତାଙ୍କ ତେଜରାତି ଦୋକାନରେ ଥିବାବେଳେ ଦୁର୍ବୃତ୍ତମାନେ ଦୋକାନୃରେ ପଶି ତାଙ୍କୁ ଗୁଳିମାଡ଼ କରିଥିଲେ।

ତେବେ ଏପରି ଅପରାଧିକ କାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ବଲାଣୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏହାର ଅଧିକ ତନାଘନା ଚଳାଇଛି।

ଅନ୍ୟପଟେ ଏହି ଗୁଳିକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related Posts