ମରାମତି ସମୟରେ ହଠାତ୍‌ ଦେଶୀ ବନ୍ଧୁକରୁ ଗୁଳି ଫୁଟି ବନ୍ଧୁକ ମାଲିକ ସହ ୫ ଆହତ

ପାପଡାହାଣ୍ଡି: ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି । ମରାମତି ବେଳେ ହଟାତ୍ ଗୁଳି ଫୁଟିଛି । ଫଳରେ ମାଲିକ ସହ ୫ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ପୂଜାରୀଗୁଡା ଗ୍ରାମର ବୁଦୁ ମାଝୀ(ବନ୍ଧୁକ ମାଲିକ), ମୈଦଲପୁରର ସବିତା ମାଳି, ବେତଝରଣର ଫୁଲରିଡା କଚିମ, ନୀଳାଦ୍ରିଗୁଡାର ତୁଳସା ପୂଜାରୀ ଏବଂ ମୁକ୍ତା ଜାନି।

ସମସ୍ତଙ୍କୁ ମୈଦଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ମୈଦଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l

ସୂଚନା ଅନୁସାରେ, ବୁଦୁଙ୍କ ଦେଶୀ ବନ୍ଧୁକକୁ ମୈଦଲପୁର ବନ ବିଭାଗ ୨୦୧୨ରେ ବାରହା ମାରିବା ଅଭିଯୋଗରେ ଜବତ କରିଥିଲା l ତେବେ ସେ କୋର୍ଟରୁ ଅର୍ଡର ଆଣି ପୁଣି ଥରେ ନିଜ ପାଖରେ ବନ୍ଧୁକ ଓ ଗୁଳି ରଖିଥିଲେ। ବୁଧବାର ମୈଦଲପୁର ସାପ୍ତାହିକ ହାଟ ଚାଲୁଥିବା ବେଳେ ହାଟରେ ଥିବା ଏକ ହୋଲ ଓ୍ବେଲ୍ଡିଂ ଦୋକାନରେ ମରାମତି କରୁଥିବା ସମୟରେ ହଠାତ୍‌ ବନ୍ଧୁକରୁ ଗକକୁଳି ଫୁଟି ବନ୍ଧୁକ ମାଲିକ ସହ ୫ଜଣ ଆହତ ହୋଇଥିଲେ

Related Posts