କଲମ୍ବିଆରେ ଗୁଳିକାଣ୍ଡ: ୨ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ, ଜଣେ ଅଟକ

ନୂଆଦିଲ୍ଲୀ : କାନାଡା ବ୍ରିଟିଶ୍ କଲମ୍ବିଆରେ ଗୁଳିକାଣ୍ଡ । ଫଳରେ ଏହି ଗୁଳିକାଣ୍ଡ ଘଟଣାରେ ୨ ପ୍ରବାସୀ ଭାରତୀୟଙ୍କ ସହ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ମୃତକମାନେ ଘରଦ୍ବାର ବିହିନୀ ଥିଲେ ବୋଲି କୁହାଯାଉଛି ।

ପୋଲିସ ସେହି ଅଞ୍ଚଳକୁ ଜଗି ରହିଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରିଛି । ତେବେ କେଉଁ କାରଣ ପାଇଁ ଏହି ଫାଇରିଂ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଜଣଙ୍କୁ ଅଟକ ରଖାଯାଇଛି । ୧୦ ଦିନ ତଳେ ମଧ୍ୟ କାନଡାରେ ରିପୁଦମନ ସିଂ ମଲିକଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା ।

ପୋଲିସ ଜାରି କରିଛି ଆଲର୍ଟ

ପୋଲିସ ଆଲର୍ଟ ଜାରି କରି ଲୋକଙ୍କୁ ଆକ୍ରମଣସ୍ଥଳକୁ ଯିବାକୁ ବାରଣ କରିଛି । ସହରର ଜନବହୁଳ ଅଞ୍ଚଳ ଦେଇ ଯାଇଥିବା କିଛି ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏହାସହ ଘଟଣାରେ ଜଣେ ନା ଆଉ କାହାର ସଂପୃକ୍ତି ରହିଛି ସେନେଇ ତନାଘନା ଚାଲିଛି ।

ଆହୁରି ମଧ୍ୟ ପୋଲିସ ଓ ପ୍ରଶାସନ ଲୋକଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ଯେପରିକି ପାର୍କ, ମଲ ଆଦିରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି ।

Related Posts