୪ ବର୍ଷର ଶିଶୁକୁ ଗଣ ଦୁଷ୍କର୍ମ ସହ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ବୁନ୍ଦି ପୋକ୍ସୋ କୋର୍ଟ

ରାଜସ୍ଥାନ: ୪ ବର୍ଷର ଶିଶୁକୁ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ରାୟ | ବୁନ୍ଦି ପୋକ୍ସୋ କୋର୍ଟ ଏହି ଦୁଖଦ ଘଟଣାର ରାୟ ପ୍ରକାଶ କରିଛନ୍ତି | ଅଭିଯୁକ୍ତ ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ବୁନ୍ଦି ପୋକ୍ସୋ କୋର୍ଟ ।

ସୂଚନାଯୋଗ୍ୟ, ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଫାସୀ ଦଣ୍ଡ | ଏହି ଦୁଇ ଅଭିଯୁକ୍ତ ଏକ ୪ ବର୍ଷର ଶିଶୁକୁ ଗଣ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ସହ ୧ ଲକ୍ଷ ୨୦ ହଜାର ଜୋରିମାନା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତ ଶିଶୁକୁ ଘରୁ ଉଠାଇ ନେଇ ଜଙ୍ଗଲରେ ଗଣ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ । ଏହି ଦୁଷ୍କର୍ମ ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକ ମଧ୍ୟ ରହିଥିଲା । ବାସୋଲି ଥାନା ଅଧିକାରୀ ରାମଗିଲାସ ଗୁର୍ଜର କହିବା ଅନୁଯାୟୀ, ୨୩ ଡିସେମ୍ବର ୨୦୨୧ରେ ବୁନ୍ଦି ସହର ବାସୋଲି ପୋଲିସ ଷ୍ଟେସନ ଅଞ୍ଚଳର କାଲା କୁଆନ୍ ନିକଟ ଜଙ୍ଗଲରେ ୧୫ ବର୍ଷର ନାବାଳକ ଛେଳି ଚରାଇବାକୁ ଯାଇଥିଲା ।ତେବେ ସେହିଦିନ ଶିଶୁଟିର ମୃତଦେହ ଜଙ୍ଗଲରୁ ସମ୍ପର୍କୀୟମାନେ ରାତି ୮ଟା ସମୟରେ ପାଇଥିଲେ । ଶିଶୁଟି ଦେହରେ ଆଘାତ ଲାଗିଥିବା ଚିହ୍ନ ମଧ୍ୟ ରହିଥିଲା । ଏଭଳି ପରିସ୍ଥିତିରେ ପରିବାର ସଦସ୍ୟ ଭୟଭୀତ ହୋଇ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା ।

ଅନ୍ୟପଟେ ଏହି ଘଟଣା ଜଣାପଡିବା ପରେ ୧୦ଟି ପୋଲିସ ଷ୍ଟେସନ ମିଶି ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା । ୧୫ ଦିନ ମଧ୍ୟରେ ପୋଲିସ ଏହି ମାମଲାର ତଦନ୍ତ ସାରିବା ସହ ୬ ଜାନୁୟାରୀ ୨୦୨୨ରେ କୋର୍ଟରେ ଚାର୍ଜିସିଟ ଦାଖଲ କରିଥିଲା । ଶୁକ୍ରବାର ଏହି ମାମଲାରେ ଶୁଣାଣି କରି କୋର୍ଟ ଅଭିଯୁକ୍ତ ସୁଲତାନ ଏବଂ ଛତୁ ଲାଲଙ୍କୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି ।

Related Posts