ସୋସିଆଲ ମିଡିଆରେ ଜିଲ୍ଲାପାଳଙ୍କ ଫେକ ଆଇଡି

ବୌଦ୍ଧ: ସୋସିଆଲ ମିଡିଆରେ ମାତିଛନ୍ତି ସାଇବର ଠକ | ବଡ ବଡ ଅଧିକାରୀଙ୍କ ନାଁରେ ଫେକ ଆଇଡି ଖୋଲି ସାଧାରଣ ଲୋକଙ୍କୁ ଠକୁଛନ୍ତି ଠକ | ତେବେ ସାଇବର ଠକ ଙ୍କ କବାଜରେ ପଡିଛନ୍ତି ଜ଼ିଲ୍ଲାପାଳ | ସୋସିଆଲ ମିଡିଆରେ ଜିଲ୍ଲାପାଳଙ୍କ ଫେକ ଆଇଡି କରିବା ସହ ଫଟୋ ଲଗାଇ ଟଙ୍କା ମାଗୁଛନ୍ତି ସାଇବର ଠକ । ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ଠାରୁ ଟଙ୍କା ମାଗୁଥିବା ଭଳି ଘଟଣା ଏକ ସାମ୍ନାକୁ ଆସିଛି । ଏନେଇ ଖୋଦ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି । ତେବେ ଏଭଳି ମେସେଜରେ ବିଶ୍ବାସ ନକରିବା ତଥା ସମସ୍ତେ ସଚେତନ ରହିବାକୁ ଅନୁରୋଧ କରିଛନ୍ତି ସେ ।

ବୌଦ୍ଧ ଜିଲ୍ଲାପାଳଙ୍କ ଫେକ ଆଇଡିରେ ଟଙ୍କା ମାଗୁଛି ସାଇବର ଠକତେବେ ଜିଲ୍ଲାରେ ସାଇବର କ୍ରାଇମ ଧିରେ ଧିରେ ବୃଦ୍ଧି ପାଉଥିବାରୁ ବୁଦ୍ଧିଜୀବୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଜିଲ୍ଲାରେ ଏକ ସାଇବର ସେଲ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ।

Related Posts