ସାର୍‌ଙ୍କ ଆର୍ବିଭାବ ପରେ… ବାବୁକୁଳ ଏବେ ଶ୍ରୀହୀନ

(ସତ୍ୟପାଠ ବ୍ୟୁରୋ) ପାଣ୍ଡିଆନ 5-ଟି ସଚିବ ହେବା ପରେ ମେରୁଦଣ୍ଡବିହୀନ ହୋଇଛନ୍ତି ବ୍ୟୁରୋକାର୍ଟସ । କେବଳ ପାଣ୍ଡିଆନଙ୍କ ପାଇଁ 5-ଟି ଫର୍ମୁଲା ବାହାର କଲେ ନବୀନ ବାବୁ । ଏହା କରି ସବୁ ବାବୁମାନଙ୍କୁ ଶ୍ରୀହୀନ କରିଦେଲେ ମାନ୍ୟବର । 2013ରୁ 2019 ଯାଏ ନବୀନବାବୁଙ୍କ ବ୍ୟାକ୍‌ରୁମ କାମ ବୁଝୁଥିଲେ କାର୍ତ୍ତିକ କିନ୍ତୁ ଯେବେଠୁ ସେ ଫ୍ରଣ୍ଟରୁମକୁ ଆସିଲେଣି ସେବେଠୁ ସବୁ ବ୍ୟୁରୋକାର୍ଟଙ୍କ କ୍ଷମତାହୀନ ହୋଇଛନ୍ତି । ପୂର୍ବରୁ ନବୀନ ବାବୁଙ୍କ ସରକାରରେ ମନ୍ତ୍ରୀମାନେ ଶ୍ରୀହୀନ ଥିଲେ ଆଉ ବ୍ୟୁରୋକାର୍ଟମାନେ ସର୍ବ ଶକ୍ତିମାନ । ଯେବେଠୁ କାର୍ତ୍ତିକକୁ ନବୀନବାବୁ ସାମ୍ନାକୁ ଆଣିଲେଣି ସେବେଠାରୁ ବ୍ୟୁରୋକାର୍ଟମାନେ ଶକ୍ତିହୀନ ବା ଶ୍ରୀହୀନ ହୋଇଯାଇଛନ୍ତି । ଅନ୍ୟପଟେ ଚାକିରିର ସର୍ତ୍ତାବଳୀ ହେଉ କି ଚାକିରିର ବାଧ୍ୟବାଧକତା ହେଉ ଯେଉଁଥିପାଇଁ ବାବୁମାନେ ମୁହଁ ଖୋଲୁ ନାହାନ୍ତି ସତ କିନ୍ତୁ ସେମାନଙ୍କ ମନ ଭିତରେ କାମ କରିବାର ଉତ୍ସାହ ବା ସରାଗ ଆଉ ନାହିଁ । କାରଣ ଏମାନଙ୍କ ଉପରେ ଏବେ 5-ଟି ସାର ଅଛନ୍ତି । ଦେଶର ପ୍ରଶାସନିକ ଏବଂ ରାଜନୈତିକ ଇତିହାସକୁ ଯଦି ଦେଖାଯାଏ ଏବେ ଓଡ଼ିଶାରେ ଯେଭଳି ଭାବେ ପ୍ରତିଶୋଧର ରାଜନୀତି ଚାଲିଛି, ଯେ ଭବିଷ୍ୟତରେ ନବୀନ ବାବୁ ଗଲା ପରେ ଆଉ ଜଣେ ଯେତେବେଳେ କ୍ଷମତାକୁ ଆସିବ ସେତେବେଳେ ସେ ଖାତା ଖତିଆନ ଖୋଜିବ ପ୍ରତିଶୋଧ ନେବା ପାଇଁ । ତେଣୁ ପ୍ରଶାସନରେ କୌଣସି କାର୍ଯ୍ୟ ବା ନିଷ୍ପତ୍ତିରେ ପାଣ୍ଡିଆନଙ୍କ ଟିପ ଚିହ୍ନ ଯେଭଳି ନରହିବ ଏବଂ ସବୁ ନିଷ୍ପତ୍ତିର କ୍ଷମତା ମିଳିବ ସେଥିପାଇଁ ନବୀନ ବାବୁ ଯେଉଁ  ଯୋଜନାଟି କଲେ ତାହା ହେଉଛି 5-ଟି । ବ୍ୟୁରୋକାର୍ଟସ୍‌ଙ୍କ ପାଇଁ ନବୀନ ବାବୁ ଯେଉଁ ସବୁ ପଦବୀ ସୃଷ୍ଟି କରିଛନ୍ତି ସେ ମଧ୍ୟରୁ ଆଉ ଏକ ଅଧ୍ୟାୟ ହେଉଛି 5-ଟି । ପୂର୍ବରୁ ନବୀନ କରିଥିଲେ ଅଫିସର ଉଦ୍ଆ‌ଉଟ୍ ଡ୍ୟୁଟି (OWD) ଆଉ ଏବେ 5-ଟି ହେଉଛି ଅଫିସର ଉଦ୍ଆ‌ଉଟ୍ ଆକାଉଣ୍ଟାବିଲିଟି (OWA) । ପାଣ୍ଡିଆନ ବାବୁ ସମସ୍ତଙ୍କ ଖାତା ଖତିଆନ ଖୋଜିବେ କିନ୍ତୁ ତାଙ୍କର କେହି ଦେଖିବେ ନାହିଁ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ କାଲି ନବୀନ ବାବୁ ଗଲା ପରେ ସରକାରରେ ଯାହା ସବୁ ଭୁଲ ହୋଇଥିବ ତାହା ପାଣ୍ଡିଆନଙ୍କ ଉପରକୁ ଦୋଷ ଯିବନି । ଅନ୍ୟପଟେ ଯଦି ଦେଖିବା ଯେତେ ଦିନ ଯାଏ ନବୀନ ବାବୁ ଅଛନ୍ତି ସେତେଦିନ ଯାଏ ଉଦ୍ଆ‌ଉଟ୍ ଆକାଉଣ୍ଟାବିଲିଟି କାର୍ତ୍ତିକ ମହାଶୟ ସର୍ବଶକ୍ତିମାନ ହୋଇ ରହିବେ । ଆଉ କୌଣସି ବ୍ୟୁରୋକାର୍ଟ କ୍ଷମତାଶୀଳ ହୋଇପାରିବେ ନାହିଁ । ସେ ଯେଉଁ ବ୍ୟାଚ୍‌ର ହୁଅନ୍ତୁ ବା କାର୍ତ୍ତିକଙ୍କଠାରୁ 15 ବର୍ଷ ସିନିୟର ହୁଅନ୍ତୁ କି ଜୁନିୟର ସେମାନେ କାର୍ତ୍ତିକଙ୍କ ପଛରେ ରହିବେ । ଅନ୍ୟପଟେ ନବୀନ ବାବୁ ତାଙ୍କର ପୁରା ରାଜନୈତିକ କ୍ୟାରିୟରରେ କେବଳ ଜଣଙ୍କୁ ହିଁ ନିଜର ମାସ୍କଟ ଭାବେ ମାର୍କେଟକୁ ଛାଡ଼ିଛନ୍ତି । ଆଗରୁ ପ୍ୟାରି ବାବୁ ସବୁ ବୁଝୁଥିଲେ କିନ୍ତୁ ସେ ନବୀନ ବାବୁଙ୍କ ମାସ୍କଟ କେବେ ହୋଇନଥିଲେ । ହେଲେ ପାଣ୍ଡିଆନ ଏବେ ନବୀନ ବାବୁଙ୍କ ମାସ୍କଟ । କାରଣ ସେ ନବୀନଙ୍କ ଭଳି ହେଲିକପ୍ଟରରେ ଯାଆଆସ କରୁଛନ୍ତି । ନବୀନ ବାବୁ କୁଆଡେ ଗଲା ବେଳେ ଯେଭଳି ତାଙ୍କ ଆଖପାଖରେ କେହି ରୁହନ୍ତି ନାହିଁ ସେହିଭଳି ପାଣ୍ଡିଆନଙ୍କ ଗସ୍ତ ବେଳେ ଦେଖିଥିବେ ଯେ ତାଙ୍କ ଆଖପାଖରେ ବି କେହି ରହୁନାହାନ୍ତି । ନବୀନଙ୍କ ଭଳି କାର୍ତ୍ତିକ ଅଳ୍ପ କଥା ହେବେ, ଅଳ୍ପ ଟିକେ ହସିବେ । ଗଣମାଧ୍ୟମଠୁ ଆଡ଼େଇ ଆଡ଼େଇ ରହିବେ । ନବୀନଙ୍କ ଭଳି ଇଚ୍ଛା ହେଲେ ଗଣମାଧ୍ୟମକୁ 2 ପଦ ବ୍ରିଫ୍‌ କରିବେ ନହେଲେ ନାହିଁ । ତେଣୁ କାର୍ତ୍ତିକଙ୍କୁ ଏବେ ନବୀନ ବାବୁଙ୍କର ଏକମାତ୍ର ଚଳନ୍ତି ପ୍ରତିମା ବୋଲି କୁହାଯାଉଛି । ଆଉ ସେଭଳି କ୍ଷମତା ବି କାର୍ତ୍ତିକଙ୍କୁ ନବୀନ ଦେଇଛନ୍ତି ।

Related Posts