ଘାଟିରୁ ଖସିଲା ବସ୍ -୫ ମୃତ ୨୫ ଆହତ

ବ୍ରହ୍ମପୁର(ସତ୍ୟପାଠ ବ୍ୟୁରୋ)- ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣୀ ଘାଟି ନିକଟରେ ବସ୍ ଓଲଟି ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୨୫ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଏବେବି ବସ୍ ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଥିବାରୁ ମୃତୁସଂଖ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି । ଦିଗପହଣ୍ଡିରୁ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗଞ୍ଜାମ ଏସ.ପିଙ୍କ କହିବାନୁଯାୟୀ ଏହି ଘରୋଇ ବସଟି ରାୟଗଡାରୁ ଆସୁଥିବା ବେଳେ ପ୍ରବଳ କୁହୁଡି ଯୋଗୁ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତଙ୍କୁ ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

Related Posts