୧୧ କେଭି ନେଲା ୧୧ ଜୀବନ !

(ସତ୍ୟପାଠ ବ୍ୟୁରୋ) ବ୍ରହ୍ମପୁର ଗୋଳନ୍ଥରା ମେଣ୍ଡରାଜପୁର ଗାଁରେ ୧୧ କେଭି ବିଦ୍ୟୁତ୍‌ ତାର ନେଲା ୧୧ ଜୀବନ । ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ‘ସିଲ୍‌କ ସିଟି’ ବସ୍‌ । ଡଙ୍କଲପାଟୁରୁ ଚିକରଡ଼ାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଆହତଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଉଛି । ଦୁର୍ଘଟଣାରେ ମୃତାହତଙ୍କ ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି । ମୃତକଙ୍କ ମଧ୍ୟରୁ ୯ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ସନ୍ତୋଷିନୀ ସାହୁ, ବି. କନକାମ୍ମା, ବି. ତାରିଣୀ । ବି. ରାମେୟା, ବି. ଆଚୁଲୁ, ସି.ଏଚ୍‌. କାମରାଜୁସ, ବି. ତରଣିଆ, କେ. ସଞ୍ଜୁ ଓ ବି. ମୋହିନୀଙ୍କ ମୃତ୍ୟୁ । ୧୫ ଗୁରୁତର ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ଗୋଳନ୍ଥରା ବସ୍‌ ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ନବୀନ । ସବୁ ଆହତଙ୍କ ମାଗଣା ଚିକିତ୍ସା କରିବାକୁ ନି ନିର୍ଦେଶ ଦେଇଛନ୍ତି ।

ଘଟଣାର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ସେପଟେ ଗୋଳନ୍ଥରା ବସ୍‌ ଦୁର୍ଘଟଣା ନେଇ କାରଣ ଜାଣିବାକୁ ତଦନ୍ତ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଯିଏ ବି ଦୋଷୀ ଥିବେ, ରିପୋର୍ଟ ଆସିବା ପରେ ଦଣ୍ଡିତ ହେବେ, ଦୁର୍ଘଟଣା ପାଇଁ ବିଦ୍ୟୁତ୍‌ ତାରର ଉଚ୍ଚତାକୁ ଦାୟୀ କରିଛନ୍ତି ମନ୍ତ୍ରୀ ।

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

ବସ୍‌ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାର ତଦନ୍ତ ଦାବି କରିବା ସହ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇ ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ

ଏହାପୂର୍ବରୁ ଢେଙ୍କନାଳ ଭୂବନର ଶିଶୁମନ୍ଦିର ଛକରେ ହୋଇଥିଲା ସମାନ ଦୁର୍ଘଟଣା । ଦୁର୍ଘଟଣଆରେ ୬ ଲୋକଙ୍କ ମୃତ୍ୟୁ ହୋଇଥିଲା ୨୫ରୁ ଅଧିକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ୮ ଗୁରୁତରଙ୍କୁ କଟକ ଏସସିବିପି ସ୍ଥାନାନ୍ତର କରାଯାଇଥିଲା । ୨୦୧୬ ସେପ୍ଟେମ୍ବର ୨୧ରେ ସନ୍ୟାସୀ ନାମକ ବସଟି ଯାଜପୁରରୁ କାମାକ୍ଷାନଗର ଯାଉଥିଲା ବେଳେ ୧୧ କେଭି ତାର ସମ୍ପର୍ଶରେ ଆସିବ ଘଟିଥିଲା ଦୁର୍ଘଟଣା । ବସରେ ୪୦ରୁ ୪୫ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣା ପରେ ବସର ଡ୍ରାଇଭର ଏବଂ କଣ୍ଟକର ଲୁଚି ପଳାଇଥିଲେ । ସବୁ ସମୟରେ ବିଦ୍ୟୁତ ବିଭାଗର ଏଭଳି ଅବହେଳା ପାଇଁ ଘଟିଛି ଦୁର୍ଘଟଣା । ଯଦି ଏଥିରେ କାର୍ଯ୍ୟାନୁଷ୍ଠାନ ହେଉଛି ତଥାପି ଚେତୁ ନାହାଁନ୍ତି ବିଦ୍ୟୁତ କର୍ମଚାରୀ ।

 

Related Posts