ଜମ୍ମୁକଶ୍ମୀରରେ ନଦୀକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ; ୬ ଜଣ ITBP ଯବାନ ସହୀଦ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁକଶ୍ମୀରରେ ITBP ଯବାନଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩୯ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସଟି ନଦୀକୁ ଖସି ପଡ଼ିଛି । ତେବେ ମିଳିଥିବା ସୂଚନା ଅନୁସାରେ ବ୍ରେକ୍ ଫେଲ୍ ହେବାରୁ ପହଲଗାମର ଫିସଲାନ୍‌ରେ ଥିବା ଏକ ଘାଟି ତଳ ନଦୀକୁ ବସ୍‌ଟି ଖସିଯାଇଛି। ଏଥିରେ ପ୍ରାୟ ୬ ଜଣ ଆଇଟିବିପି ଯବାନ ସହିଦ ହୋଇଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମୃତକଙ୍କ ସାଂଖ୍ୟ ବଢିବା ନେଇ ଆଶଙ୍କା କରାଯାଉଛି।

ସୂଚନା ମୁତାବକ, ଅମରନାଥ ଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ଆଇଟିବିପି ଯବାନଙ୍କୁ ନେଇ ଯାଉଥିଲା ଏହି ବସ୍।ଏଥିରେ ୩୭ ଜଣ ITBP ଯବାନ, ୨ ଜଣ କଶ୍ମୀର ପୁଲିସ ଥିଲେ। ଦୁର୍ଘଟଣାରେ ଅନେକ ଯାବନ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବସଟି ଚନ୍ଦନୱାଡିରୁ ପହଲଗାମ ଯାଉଥିବା ନେଇ ସୂଚନା ମିଳିଛି। ବସର ବ୍ରେକ ଫେଲ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

Related Posts