ବେଟିଂ ଗ୍ୟାଙ୍ଗ ଉପରେ ଚଢ଼ାଉ, ୨ ଗିରଫ

ସତ୍ୟପାଠ ବ୍ୟୁରୋ : ପୁଲିସ ପଂଝାରେ ବିଶ୍ୱକପ୍ ବେଟିଂ ଗ୍ୟାଙ୍ଗ । ରାଉରକେଲାର ଡେଲି ମେଡିକାଲ ନିକଟ ଜନତା ନିବାସ ଲେନରେ ବେଟିଂ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ପୁଲିସ । ପ୍ଲାଂଟସାଇଟ୍ ଥାନା ପୁଲିସ ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଓ ମୋବାଇଲ ଫୋନ ଜବତ କରିଛି ।

ବିଶ୍ୱକପ୍ ରେ କିଏ ଜିତିବ କିଏ ହାରିବ । ପୁଣି କିଏ କେତେ ସର୍ବାଧିକ ରନ୍ କରିବ । କେତେ ରନରେ କେଉଁ ଦଳର କେତେ ୱିକେଟ ଗଡିବ । ଏମିତି ଚାଲେ ବେଟିଂ । ବାଜି ଲାଗେ ଟଙ୍କା । କିଏ ଜିତେ ତ ପୁଣି କିଏ ହାରିଯାଏ ବାଜିରେ । ବାସ୍, ଏମିତି ଏକ ଗ୍ୟାଙ୍ଗର ୨ଜଣଙ୍କ ଉପରେ ଗତକାଲି ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରିଥିଲା । ସେମାନଙ୍କ ନିକଟରୁ ୩୧ଲକ୍ଷ ଟଙ୍କା ଓ ୧୫ଟି ମୋବାଇଲ ଜବତ ହୋଇଛି ।

Related Posts