ଗାଈକୁ ବଞ୍ଚାଇବାକୁ ଯାଇ ରାସ୍ତା ଉପରେ ଓଲଟିଲା ବସ୍: ଗାଈ ମୃତ, 7 ଯାତ୍ରୀ ଗୁରୁତର

ଭଦ୍ରକ : ଭଦ୍ରକ – ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ଘଟିଛି ଏକ ଦୁର୍ଘଟଣା । ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍‌ ବ୍ରେକ୍‌ ମାରି ଓଲଟିପଡ଼ିଲା ବସ୍‌ । ଫଳରେ ଗାଈର ମୃତ୍ୟୁ ଘଟିଥିବା ବେଳେ ବସ୍‌ରେ ଥିବା ୭ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି ଓଁ ମାଆ ନାମକ ବସ ଧାମନଗରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ଭଦ୍ରକ – ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ହଠାତ୍‌ ବସ୍‌ ସାମ୍ନାକୁ ଗୋଟିଏ ଗାଈ ଚାଲି ଆସିଥିଲା। ବସ୍‌ ଚାଳକ ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍‌ ବ୍ରେକ୍‌ ମାରିଥିଲେ। ତଥାପି ବସ୍‌ଟି ଗାଈକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକେ ବସ୍‌ରେ ଥିବା ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଭିତରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବାରୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେପଟେ ଦୁର୍ଘଟଣାରେ ଶିକାର ହୋଇଥିବା ଗାଈର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବସ୍ ଜବତ କରିଛି ।

Related Posts