ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ଜଗନ ରେଡ୍ଡି: ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ 17ଜଣ ମନ୍ତ୍ରୀଙ୍କ ସମେତ ଶପଥ ନେବେ 25 ଜଣ ମନ୍ତ୍ରୀ

ହାଇଦ୍ରାବାଦ: ଆସନ୍ତାକାଲି ହେବ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରୀ ମଣ୍ଡଳର ନବକଳେବର । ଏପ୍ରିଲ ୭ରେ ସେ ନିଜ ମନ୍ତ୍ରିମଣ୍ଡଳ ଭାଙ୍ଗିଦେଇଥିବା ବେଳେ ଆସନ୍ତାକାଲି ନୂଆ କରି ମନ୍ତ୍ରିମଣ୍ଡଳ ଗଠନ କରିବେ ଜଗନ ରେଡ୍ଡି। ନିଜ ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ୧୭ଜଣ ମନ୍ତ୍ରୀଙ୍କୁ ସାମିଲ କରାଇ ମୋଟ 25 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ।

ଆଗମୀ ୨୦୨୪ ନିର୍ବାଚନ ପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜଗନଙ୍କ ମନ୍ତ୍ରିମଣ୍ଡଳ ୨.୦ରେ ୨୫ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ କରୁଥିବା କୁହାଯାଉଛି। ପୂର୍ବ ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୪ ଜଣ ନେତା ଥିଲେ। ତେବେ ୨୫ଜଣଙ୍କ ମଧ୍ୟରେ ପୂର୍ବ ମନ୍ତ୍ରିମଣ୍ଡଳର ୧୦ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳୁଛି।

ଉଲ୍ଲେଖନୀୟ କଥା ହେଉଛି, ମେ ୩୦, ୨୦୧୯ ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଜଗନ୍ ମୋହନ ରେଡ୍ଡୀ ଅଢେଇ ବର୍ଷ ପରେ ତାଙ୍କ କ୍ୟାବିନେଟ ପରିବର୍ତ୍ତନ କରିବେ ବୋଲି ଘୋଷଣା କରିଥିଲେ। ପାର୍ଟି ସୂତ୍ରରୁ ଜଣାପଡିଛି ଯେ ଜଗନ୍ ମୋହନ ରେଡ୍ଡୀ ଏପ୍ରିଲ ୧୧ରେ ନୂତନ କ୍ୟାବିନେଟ ଗଠନ କରିବେ।

୨୦୧୯ରେ କ୍ଷମତାକୁ ଆସିବା ସମୟରେ ଜଗନ୍ ମୋହନ ରେଡ୍ଡୀ ଘୋଷଣା କରିଥିଲେ ଯେ ସେ ତାଙ୍କ କ୍ୟାବିନେଟରେ ମଧ୍ୟବର୍ତ୍ତୀକାଳୀନ ପରିବର୍ତ୍ତନ କରିବେ। ସେ ବିଶ୍ୱାସ କରନ୍ତି ଯେ ଏହି ପରିବର୍ତ୍ତନ ଶାସନ ବିରୋଧୀ ଜନମତକୁ ମୁକାବିଲା କରିବାରେ ସହାୟକ ହେବ | ଏହା ବ୍ୟତୀତ, ୨୦୨୪ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇପାରିବ । ଲୋକ୍ଙ୍କ ପାଇଁ କାମ କରୁଥିବା ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିବା ନେତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ ।

Related Posts