୨୦୨୪ ଶେଷ ସୁଦ୍ଧା ଦେଶର ଗ୍ରାମାଞ୍ଚଳରେ ୧୦,୦୦୦ ସିନେମା ହଲ୍‌ ଖୋଲିବେ କେନ୍ଦ୍ର ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶବ୍ୟାପୀ ୧ ଲକ୍ଷରୁ ଅଧିକ ସିନେମା ହଲ୍‌ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଏହି ଯୋଜନା ଅନୁସାରେ ପ୍ରଥମେ ୨୦୨୪ ଶେଷ ସୁଦ୍ଧା ଦେଶର ଗ୍ରାମାଞ୍ଚଳରେ ୧୦,୦୦୦ ସିନେମା ହଲ୍‌ ଖୋଲାଯିବ । ପ୍ରତି ହଲ୍‌ରେ ୧୦୦ରୁ ୨୦୦ ଲେଖାଏଁ ସିଟ୍‌ ରହିବ । ଫଳରେ ସଦ୍ୟ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ର ଦେଖିବା ପାଇଁ ଲୋକଙ୍କୁ ଆଉ ସହରକୁ ଆସିବାକୁ ପଡ଼ିବ ନାହିଁ ।

‘ଅକ୍ଟୋବର ସିନେମାସ୍‌’ ସହିତ ମିଳିତ ସହଯୋଗରେ ରାଷ୍ଟ୍ରାୟତ୍ତ ସିଏସ୍‌ସି ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍‌ ଏହି କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି । ଏଥିପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସିଏସ୍‌ସିର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ରାକେଶ କହିଛନ୍ତି, ଗ୍ରାମାଞ୍ଚଳରେ ପ୍ରଥମେ ୧୦୦ କ୍ଷମତା ବିଶିଷ୍ଟ ଛୋଟ ସିନେମା ହଲ୍‌ ଖୋଲାଯିବ । ଏହାଦ୍ୱାରା ଗ୍ରାମୀଣ ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଭାରତରେ ମନୋରଞ୍ଜନ କ୍ଷେତ୍ର ଅଭିବୃଦ୍ଧି ହାସଲ କରୁଥିବାବେଳେ ଗ୍ରାମୀଣ ଉଦ୍ୟୋଗୀମାନେ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳ ବିକାଶରେ ସହଯୋଗ କରୁଛନ୍ତି ।

Related Posts