ଅର୍ଚ୍ଚନା ନାଗ ମାମଲା; ଇଡିରେ ପୁଣି ହଜାର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା

ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ) – ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପୁଣି ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା । ମଙ୍ଗଳବାର ୧୨ ଘଣ୍ଟାରୁ ଅଧିକ ସମୟରେ ରଞ୍ଜିତ ବେହେରାଙ୍କୁ ଜେରା କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଆଜି ପୁଣିଥରେ ସେ ଇଡିରେ ହଜାର ହୋଇଛନ୍ତି।

ଖବର ଅନୁଯାୟୀ, ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗଙ୍କ ଗିରଫ ପରେ ତନାଘନା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖାସ୍‌ କରି ଆର୍ଥିକ କାରବାର ନେଇ ଛାନ୍‌ଭିନ୍‌ ଜାରି ରଖିଛି ଇଡି । ଏହିକ୍ରମରେ ଅର୍ଚ୍ଚନାଙ୍କ ସହିତ ଜଡ଼ିତ ଅନେକ ଲୋକଙ୍କୁ ଡାକି ଜେରା କରିସାରିଛି ଇଡି । ତେବେ ଏହି କ୍ରମରେ ଅର୍ଚ୍ଚନାଙ୍କ ଘର ଡିଜାଇନ୍‌ କରିଥିବା ଆର୍କିଟେକ୍ଟ ରଞ୍ଜିତ ବେହେରାଙ୍କୁ ମଙ୍ଗଳବାର ଦିନ ଜେରା କରିଥିଲା ଇଡି । ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବୁଧବାର ମଧ୍ୟ ଇଡିର ନିର୍ଦ୍ଦେଶକ୍ରମେ ହାଜର ହୋଇଛନ୍ତି ରଞ୍ଜିତ ବେହେରା ।

ସେହିପରି ଅର୍ଚ୍ଚନାଙ୍କ ସହ ଆର୍ଥିକ କାରବାର ହୋଇଥିବା ପ୍ରମାଣ ପାଇଛି ଇଡି । ଖାସ୍‌ କରି ଅର୍ଚ୍ଚନାଙ୍କ ଘର ଓ ଇଣ୍ଟେରିଅର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ସବୁ ବଡ଼ବଡିଆଙ୍କ ଟଙ୍କା ଲାଗିଥିବା ସୂଚନା । ଏହାକୁ ନେଇ ମଧ୍ୟ ଜେରା କରିପାରେ ଇଡି ।

Related Posts