ପ୍ରଧାନଙ୍କ ‘ଉଜ୍ଜଳା’ରେ ଘୋଟାଲା

(ସତ୍ୟପାଠ ବ୍ୟୁରୋ) ପ୍ରଧାନଙ୍କ ପୋଲ୍‌ ଖୋଲିଲେ CAG  । ଉଜ୍ଜଳା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା CAG ରିପୋର୍ଟରେ ପ୍ରକାଶ କରିଛନ୍ତି । ଏଭଳି ସମୟରେ CAG ରିପୋର୍ଟ ଆସିଛି ଯେଉଁ ସମୟରେ ପ୍ରଧାନ ତାଙ୍କର ପ୍ରମୁଖ ଯୋଜନା ‘ଉଜ୍ଜଳା’ର ସଫଳତା ବଖାଣୁଛନ୍ତି । 12ରୁ ଅଧିକ ଘରୋଇ ସିଲିଣ୍ଡର ପ୍ରଦାନଠାରୁ ଆରମ୍ଭ କରି ନିୟମ ଉଲ୍ଲଘଂନ କରିବା ପର୍ଯ୍ୟନ୍ତ ଉଜ୍ଜଳା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା CAG କହିଛନ୍ତି । ଏପରିକି ଏହି ଯୋଜନାରେ ନିୟମ ବୁକ୍‌କୁ ଉଲ୍ଲଘଂନ କରି ନାବାଳକ ଓ ନାବାଳିକାଙ୍କୁ ଗ୍ୟାସ କନେକ୍ସନ ପାଇଁ ଅନୁମତି ଦିଆଯାଇଥିବା କହିଛନ୍ତି ସିଏଜି  ।

 

CAGଙ୍କ କହିବା କଥା, ନିଜ ରାଜ୍ୟ ଓଡ଼ିଶାରେ ପ୍ରଧାନଙ୍କ ଉଜ୍ଜଳା ଯୋଜନାର ବ୍ୟବହାର ବହୁତ କମ୍ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବହୁତ କମ୍ ଲୋକ ଉଜ୍ଜଳା ସ୍କିମ୍‌ରେ  ରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି । ରାଜ୍ୟରେ ଏକ ବର୍ଷରୁ ଅଧିକ ସମୟ ପୂରା କରିଥିବା 2.88 ଉପଭୋକ୍ତା ଗ୍ୟାସ ଭରିଛନ୍ତି । ଯାହା ପ୍ରତି ବର୍ଷ 3.21 ପ୍ରତିଶତ ତୁଳନାରେ ବହୁତ କମ୍ । ଗୁରୁତ୍ବପୂର୍ଣ୍ଣ କଥା ହେଲା ବ୍ୟବସାୟ ପାଇଁ ଉଜ୍ଜଳା ଯୋଜନାରେ ଘରୋଇ ଗ୍ୟାସର ଅପବ୍ୟବହାର କରାଯାଇଥିବା ସିଏଜି କହିଛନ୍ତି । ରିପୋର୍ଟ ଅନୁସାରେ 14 ଲକ୍ଷ ଲାଭାର୍ଥୀ ଗୋଟିଏ ମାସରେ 41ଟି ଲେଖାଏଁ ସିଲିଣ୍ଡର ବ୍ୟବହାର କରିଥିବା ଜଣାପଡ଼ିଛି । ଏହାଛଡ଼ା ସିଙ୍ଗଲ ବଟଲ କନେକ୍ସନ ଥିବା 3 ଲକ୍ଷ 44 ହଜାର ଲୋକଙ୍କୁ ଉଜ୍ଜଳା ଯୋଜନା ମାଧ୍ୟମରେ ଗୋଟିଏ ଗୋଟିଏ ଦିନରେ 2ରୁ 20ଟି ସିଲିଣ୍ଡର ରିଫିଲ କରିବାକୁ ସେମାନଙ୍କୁ ଅନୁମତି ଦେଇଛନ୍ତି IOCL ଏବଂ HPCL । ଅର୍ଥାତ ଯେଉଁ ମନ୍ତ୍ରାଳୟରେ  IOCL ଏବଂ HPCL ଆସୁଛି ସେଠି ଯୋଜନାର ସବୁଠୁ ଅଧିକ ଦୁରୁପୋଯୋଗ କରାଯାଇଛି । ବ୍ୟବସାୟ ପାଇଁ ଏକ ଲକ୍ଷ 98 ହଜାର ଘରୋଇ କନେକ୍ସନକୁ ବାଣିଜ୍ୟିକ କନେକ୍ସନରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ନିୟମ କହୁଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ବର୍ଷକୁ 12ଟିରୁ ଅଧିକ ସିଲିଣ୍ଡର ଦିଆଯିବ । କିନ୍ତୁ ଏଠି ତାର ବ୍ୟତିକ୍ରମ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ କହିଛନ୍ତି । ସିଏଜି ରିପୋର୍ଟରେ ଏହା ବି କୁହାଯାଇଛି ଯେ, 2011ର ଜନଗଣନା ଅନୁସାରେ ଉଜ୍ଜଳା ଯୋଜନାରେ 1.25 ଲକ୍ଷ ଉପଭୋକ୍ତାଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ମାତ୍ର 18 ପ୍ରତିଶତ ଉପଭୋକ୍ତା KYC ଦେଇଛନ୍ତି । ସେମାନଙ୍କୁ  ଅଜଣା ବ୍ୟକ୍ତିଙ୍କୁ ଲାଭ ପହଞ୍ଚାଇବାକୁ ବ୍ୟବହାର କରାଯାଇଥିବା ଲୋକସଭାରେ ଉପସ୍ଥାପିତ ହୋଇଥିବା ରିପେର୍ଟରେ କୁହାଯାଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି । ଏ ସମସ୍ତ ଘଟଣାକୁ କିଭଳି ନାଟକ କରି ଜାଲିଆତି କରାଯାଇଛି ତାହା ସ୍ପଷ୍ଟ କରିଛନ୍ତି ସିଏଜି ।

ଅନ୍ୟପଟେ ଏହି ଯୋଜନାରେ ରୋଷାଇ ଘରର ସୁରକ୍ଷା ଉପରେ ଧ୍ୟାନ ରଖିବାକୁ କଡ଼ା ନିୟମ ଥିଲେ ବି ତାହା ପାଳନ କରାଯାଇ ନାହିଁ । ଗ୍ୟାସ ସଂଯୋଗ ଦେବା ପରେ ରୋଷାଇ ଘରର ସୁରକ୍ଷା ଉପରେ ଧ୍ୟାନ ଦିଆଯାଇନଥିବା 13.64 ପ୍ରତିଶତ ମାମଲା ରହିଛି । ସବୁଠୁ ସାଙ୍ଘାତିକ କଥା ହେଲା ଯେ 2011 ଜନଗଣନା ରିପୋର୍ଟ ଅନୁସାରେ ଉଜ୍ଜଳା ଯୋଜନାରେ ମୋଟ 8 ଲକ୍ଷ 59 ହଜାର ନାବାଳକ ଓ ନାବଳିକାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ଭଳି ଉଜ୍ଜଳା ଯୋଜନାରେ ବ୍ୟପକ ଅନିୟମିତା କରାଯାଇଥିବାର ପ୍ରମାଣ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଯାହାକୁ ନେଇ ଏବେ ପ୍ରଧାନଙ୍କୁ ଓଡ଼ିଶାରେ ବହୁ ସମାଲୋଚନା କରାଯାଉଛି । ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ରାଜନତାେ ଓ ବୁଦ୍ଧିଜୀବୀ ।

ଯୋଜନାରେ ନାବାଳକ ଓ ନାବାଳିକାଙ୍କ ନାଁରେ ଗ୍ୟାସ ସଂଯୋଗ ଦେବାକୁ ନିୟମ ନଥିବା ବେଳେ 8 ଲକ୍ଷ 59 ହଜାର ନାବାଳକ ଓ ନାବାଳିକାଙ୍କୁ ଗ୍ୟାସ ସଂଯୋଗ ଦିଆଗଲା କାହିଁକି ? କାହା ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କରାଯାଇଛି ? ଏଥିପାଇଁ କିଏ ଦାୟୀ ? ପ୍ରକୃତରେ ଉଜ୍ଜଳା ଯୋଜନା ଲୋକଙ୍କ ହିତ ପାଇଁ ଥିଲା ନା କେବଳ ନିର୍ବାଚନୀ ରୁଟି ସେକିବୁକ ଏଭଳି ଯୋଜନା କରାଯାଥିଲା ବୋଲି ପ୍ରଶ୍ନ ଉଠିଛି ।

କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ପ୍ରଧାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେବଳ ନିର୍ବାଚନ ଜିତିବା ପାଇଁ ସରକାରୀ ଖର୍ଚ୍ଚରେ ବାହା ବାହା ନେଉଥିଲେ ପ୍ରଧାନ । ଏବେ ପ୍ରଧାନଙ୍କ ଅସଲ ମୁଖା ଖୋଲିଛନ୍ତି ସିଏଜି । ନିର୍ବାଚନ ପୂର୍ବରୁ ଉଜ୍ଜଳାର ପ୍ରବଳ ପ୍ରଚାର ପ୍ରସାର କରାଯିବା ସହ UPA ସରକାର ସମୟରେ ଗ୍ରହକଙ୍କୁ ମିଳୁଥିବା ଗ୍ୟାସ୍‌ ସବ୍‌ସିଡିକୁ ଦେଶର ବିକାଶ ପାଇଁ ଛାଡ଼ି ଦେବାକୁ ଲୋକଙ୍କ ନିକଟରେ ନେହୁରା ହୋଇଥିଲେ ପ୍ରଧାନମନ୍ତ୍ରୀ ଏବଂ ଖୋଦ୍‌ ପ୍ରଧାନ ମହାସୟ । ଲୋକେ ବି କୋଟି କୋଟି ଟଙ୍କାର ଗ୍ୟାସ୍‌ ସବ୍‌ସିଡି ଛାଡ଼ି ଦେଲେ । ହେଲେ ହେଲା କ’ଣ ? ଲୋକଙ୍କୁ କି ଫାଇଦା ମିଳିଳା ? ବଂର ଲୋକଙ୍କ ସବ୍‌ସିଡି ଟଙ୍କାରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କାର ପଟୁଆର ଏହାକୁ ନିର୍ବାଚନୀ ଖର୍ଚ୍ଚରେ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ସତ୍ୟ ପ୍ରକାଶ । ଆଶ୍ଚର୍ଯ୍ୟର କଥା ସିଏଜି ଉଜ୍ଜଳା ଯୋଜନାରେ ହୋଇଥିବା ଘୋଟାଲାର ଖୁଲାସା କରିଥିଲେ ବି ଏଯାବତ ପ୍ରଧାନ ଏଭଳି ଅନିୟମିତାକୁ ସ୍ବୀକାର କଲେ ନାହିଁ ।

Related Posts