ଡାଇବେଟିସ୍ ଦୂର କରିବ ସଂସ୍କୃତ ଭାଷା

(ସତ୍ୟପାଠ ବ୍ୟୁରୋ) ସଂସ୍କୃତରେ କଥା ହୁଅନ୍ତୁ, ଡାଇବେଟି୍ସରୁ ମୁକ୍ତି ପାଆନ୍ତୁ । ଏହା କୌଣସି ଫିଲ୍ମ କି ବିଜ୍ଞାପର ଡାଏଲଗ ନୁହେଁ । ଲୋକସଭାରେ ବିଜେପି ସାଂସଦ ଗଣେଶ ସିଂହଙ୍କର ଏଭଳି ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି ।

ଗତକାଲି ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକକୁ ନେଇ ଆଲୋଚନା ହେଉଥିବା ବେଳେ ମଧ୍ୟ ପ୍ରଦେଶର ସତନା ଲୋକସଭା ଆସନରୁ ଲଗାତାର ଚାରି ଥର ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଗଣେଶ ସିଂହ କହିଥିଲେ ଯେ, ସଂସ୍କୃତ କହିବା ଦ୍ୱାରା ମଧୁମେହ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ ।  ଆମେରିକାରେ ଥିବା ଏକ ଶିକ୍ଷାନୁଷ୍ଠାନର ଗବେଷଣା ରିପୋର୍ଟ ଅନୁଯାୟୀ ସଂସ୍କୃତ କହିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କହିଥିଲେ ସାଂସଦ ।
ସେ ଆହୁରି କହିଥିଲେ ଯେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଗବେଷଣା ଅନୁସାରେ ଯଦି କମ୍ପ୍ୟୁଟର ପ୍ରୋଗ୍ରାମିଂ ସଂସ୍କୃତ ଭାଷାରେ କରାଯିବ, ତେବେ ଏଥିରେ କୌଣସି ଅସୁବିଧା ହେବ ନାହିଁ । ବିଶ୍ୱର ୯୭ଟି ଭାଷା ଏବଂ କିଛି ଇସଲାମିକ ଭାଷା ବି ସଂସ୍କୃତରୁ ଉଦ୍ଧୃତ ବୋଲି ସାଂସଦ ଗଣେଶ ସିଂହ ଲୋକସଭାରେ କହିଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ, ସଂସ୍କୃତ ଭାଷାକୁ ପ୍ରୋତ୍ସାହନ ଦିଆଗଲେ ତାମିଲ ବା ଅନ୍ୟ କୌଣସି ଭାଷାର କିଛି କ୍ଷତି ହେବ ନାହିଁ ।

Related Posts