କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ଆଉ ପାଦେ ଆଗେଇଲା ପୋଲିସ, ଭୁବନେଶ୍ୱରରୁ ଠାବ ହେଲା ଶର୍ମିଷ୍ଠା ରାଉତଙ୍କ କାର୍‌

ଭୁବନେଶ୍ଵର: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା ଦିନ କୁ ଦିନ ଯେତେ ଗଡିବାକୁ ଲାଗୁଛି ସେତେ ପୋଲିସ ସେତେ ଏହାରି ମଧ୍ୟରେ ଛନ୍ଦି ହେବାରେ ଲାଗୁଚି । ପୋଲିସ ହାତରେ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଚି । ଏହାରି ମଧ୍ୟରେ ଭୁବନେଶ୍ୱରରୁ ଠାବ ହେଲା ‘ସଂପୂର୍ଣ୍ଣ’ ଓ୍ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାର୍‌ । ମାନସଙ୍କ ଅପହରଣରେ ଏହି କାର୍‌ ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି । ଏବେ ବି ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ।

ଖବର ଅନୁଯାୟୀ, କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ପ୍ରତିଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୋମବାର ଦିନ ଏହି ହତ୍ୟାକାଣ୍ଡରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ସାମିଲ ଥିବା ନେଇ ଗିରଫ କରିଥିଲା ପୋଲିସ । ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କର କୌଣସି ପତ୍ତା ମିଳୁନାହିଁ । ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ରେଡ୍‌ କରୁଛି । ଆଉ ମୁଖ୍ୟ ଅଭିଯୁକ୍ତର ତଲାସ ଜାରି ରହିଛି । କିନ୍ତୁ ଏସବୁ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ସାମ୍ମାକୁ ଆସିଛି । ଭୁବନେଶ୍ୱରର ଠାବ ହୋଇଛି ଶର୍ମିଷ୍ଠାଙ୍କ କାର୍‌ । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଶର୍ମିଷ୍ଠାଙ୍କ ଅଫିସ ପାର୍କିଂରୁ ଏହି କାର୍‌କୁ ଠାବ କରିଛି ପୋଲିସ । ମାନସଙ୍କ ଅପହରଣରେ ଏହି କାର୍‌କୁ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଝଟ୍‌କା । ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । କୋର୍ଟରେ ହାଜର ହେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ତେବେ ଆଜି ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା ।

ଖବର ଅନୁଯାୟୀ, ଗତ ଫେବ୍ରୁଆରି ୨୩ ତାରିଖରେ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା , ତେବେ ଏହା ଏକ ସମ୍ବେଦନଶୀଳ ମାମଲା ଏବଂ ଆବେଦନକାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ତେଣୁ ବର୍ତ୍ତମାନ ପରିସ୍ଥିତିରେ ଜାମିନ ଦେବା ଉଚିତ୍ ହେବନାହିଁ ବୋଲି ଯୁକ୍ତି ରଖିଥିଲେ ସରକାରୀ ଓକିଲ । ସେପଟେ ଆବେଦନରେ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।

Related Posts