କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ; ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ ମାନସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ଶର୍ମିଷ୍ଠାଙ୍କୁ ମାନସ ୧୦ ହଜାର ଟଙ୍କା ମାଗିଥିବାର ଖବର ସାମ୍ନାକୁ ଆସିଛି । ସେପଟେ ଜେରା ବେଳେ ମେମୋରି ଚିପ ସମ୍ପର୍କରେ ମିଳିଲା ତଥ୍ୟ । ଶର୍ମିଷ୍ଠା ଓ ଝୁନା ମେମୋରି ଚିପ ସମ୍ପର୍କରେ ଦେଲେ ତଥ୍ୟ । ଘଟଣାର ଶେଷ ଦିନ ଯାଏଁ ଚିପ ମାନସଙ୍କ ପାଖରେ ଥିଲା ।

ରଣପୁରରେ ଏନେଇ ସର୍ଚ୍ଚ ଏପରେସନ ମଧ୍ୟ ହୋଇଛି । ମାନସ ରହିଥିବା ଦୁଇଟି ସ୍ଥାନରେ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତ କଲେ ବି ଯାଏଁ ମିଳିନାହିଁ ମେମୋରି ଚିପ । ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହାର ଚର୍ଚ୍ଚା ଜୋର ଧରିଛି ।

Related Posts