
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବହୁ ଚର୍ଚ୍ଚିତ ନୟାଗଡ଼ର କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେ ଏମ ଏଫ ସି କୋର୍ଟ ରେ 8 ଜଣ ଅଭିଯୁକ୍ତ ସମେତ 905 ପୃଷ୍ଠାର ଚାର୍ଜସିଟ ଧାଖଲ କରାଯାଇଥିବା ଜଣାପଡିଛି। ଯେଉଁଥିରେ 34 ଜଣ ସାକ୍ଷୀ ରାହିଛନ୍ତି । କ୍ରାଇମବ୍ରାଞ୍ଚ ଡି ଏସ ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଆସିଥିବା ଏକ 4 ଜଣିଆ ଟିମ ଆସି ଏହା ଧାଖଲ କରିଛନ୍ତି ।
ମୁଖ୍ୟଭିଯୁକ୍ତ ଶର୍ମିଷ୍ଠା ରାଉତ , ନିରଞ୍ଜନ ସେଠୀ , ଝୁନା ଭୋଇ,ପରମେଶ୍ୱର ରାଉତ , ନିରଞ୍ଜନ ନାୟକ , ଭାଗ୍ୟଧର ନାୟକ , କୃଷ୍ଣଚନ୍ଦ୍ରର ନାୟକ ଓ ନାବଳକ ବିବେକ ନାୟକ ନାମରେ 360, 363, 364, 302, 465, 471, 201, 212 ଏବଂ 34 IPC ଦଫା ରେ ବିଭିନ୍ନ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ବିଭିନ୍ନ ଦଫା ଲଗାଇ ଚାର୍ଜସିଟ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଜଣାପଡିଛି। ହେଲେ ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।