ସାଂସଦ ସଞ୍ଜୟ ରାଉତଙ୍କ ସମ୍ପତ୍ତି ଜବତ କରିବା ତାଙ୍କ ସହ ଅନ୍ୟାୟ ସହ ସମାନ: ଶରଦ ପାୱାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ ): ଏନସିପି ନେତା ଶରଦ ପାୱାର ଓ ପ୍ରଧାନମନ୍ତ୍ରୀ ନରେନ୍ଦୟ ମୋଦିଙ୍କ ସାକ୍ଷାତାକାରକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି । ତେବେ ଉଭୟ ନେତା ଦୀର୍ଘ ୨୫ ମିନିଟ ଧରି ପରସ୍ପର ସହ ଆଲୋଚନା କରିଥିଲେ । ତେବେ ଦୁହେଁ କେଉଁ ବିଷୟକୁ ନେଇ ଆଲୋଚନା କରିଥିଲେ । ସେ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏହା ମଧ୍ୟରେ ଏନସିପି ନେତା ବୈଠକରେ ହୋଇଥିବା ଆଲୋଚନା ବିଷୟରେ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ତେବେ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ସମ୍ପତ୍ତି ଜବତ କରିବା ତାଙ୍କ ସହ ଅନ୍ୟାୟ ସହ ସମାନ ବୋଲି କହିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସହିତ ଜଡ଼ିତ କିଛି ଜମି କିଣାବିକା ମାମଲାରେ ଚାଲିଥିବା ମନି ଲେଣ୍ଡରିଂ ଯାଞ୍ଚକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶରଦ ପାୱାର କହିଛନ୍ତି । ଏଥିସହିତ ସଞ୍ଜୟ ଜଣେ ରାଜ୍ୟସଭା ସଦସ୍ୟ । ଯେଉଁଭଳି ଭାବରେ ତାଙ୍କର ସମ୍ପତ୍ତିକୁ ଜବତ କରାଗଲା ତାହା ଅନ୍ୟାୟ । ସେ କେବଳ ରାଜ୍ୟସଭ ସଦସ୍ୟ ନୁହନ୍ତି ବରଂ ଜଣେ ସାମ୍ୱାଦିକ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସେ ସଞ୍ଜୟ ରାଉତଙ୍କ ସହିତ ଜଡ଼ିତ ମାମଲାକୁ ନେଇ ଆଲୋଚନା କରିଥିବା କହିଛନ୍ତି । ସଞ୍ଜୟଙ୍କ ଉପରେ କାର୍ୟ୍ୟାନୁଷ୍ଠାନର କଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାର କାରଣ କେବଳ ସେ ବେଳେବେଳେ ଲେଖନ୍ତି ଏବଂ ସମାଲୋଚନା କରନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ । ଶରଦ ପାୱାର କହିଛନ୍ତି ଯେ ମମତା ବାନାର୍ଜୀ ମୋତେ ଲେଖିଛନ୍ତି ଏବଂ କହିଛନ୍ତି ଯେ ଆମେ ଅଣ ବିଜେପି ନେତାଙ୍କ ସହ ଯୋଗାଯୋଗ କରିବା ଉଚିତ ଏବଂ ଭବିଷ୍ୟତର କାର୍ୟ୍ୟପନ୍ଥା ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବା ଉଚିତ । ଏହାକୁ ନେଇ ମୁଁ ଶୀଘ୍ର ବିଭିନ୍ନ ନେତାଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିବି ବୋଲି ଶରଦ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିବା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts