କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ଫେରାର ହେବାରେ ଶର୍ମିଷ୍ଠାଙ୍କୁ ସାହାଯ୍ୟ କରିଥିଲେ ନିରଞ୍ଜନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ କ୍ରାଇମବ୍ରାଞ୍ଚ ଆଗରେ ମୁହଁ ଖୋଲିଲେ ନିରଞ୍ଜନ ସେଠୀ । ଶର୍ମିଷ୍ଠାଙ୍କୁ ଫେରାର କରିବାରେ ସାହାଯ୍ୟ ନିରଞ୍ଜନ କରିଥିଲେ । ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ଦେଇଥିବା ମଧ୍ୟ ସେ କ୍ରାଇମ୍ବ୍ରାଞ୍ଚକୁ କହିଛନ୍ତି । ଏଥି ସହିତ ଗାଡି କରି କାଳିଆପାଣି ପଳାଇ ଯିବାକୁ ଶର୍ମିଷ୍ଠାଙ୍କୁ ନିରଞ୍ଜନ କହିଥିବା ମଧ୍ୟ ଜଣାପଡ଼ିଛି ।

ତେବେ ଆଜି ହେଉଛି ସେମାନଙ୍କ ରିମାଣ୍ଡ ଅବଧିର ଶେଷଦିନ । ତେଣୁ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ଭୁବନେଶ୍ବର ସ୍ଥିତ ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣା ଅଫିସ ଅଣିଛି । ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ସମ୍ପୂର୍ଣ୍ଣା ଅଫିସକୁ ପୂରା କର୍ଡା ସୁରକ୍ଷାର ସହ ଯାଞ୍ଚ ଚଳାଇଛି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts