ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେଭିୱେଟଙ୍କ ପ୍ରଚାର; ୨୯ରେ ମୋଦି,ଖଡ଼ଗେ; ୩୦ରେ ଆସିବେ ରାହୁଲ

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ୨୯ ତାରିଖରେ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ମୋଦିଙ୍କ ୩ଟି ସଭା ରହିଛି । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ । ୨୯ ତାରିଖ ଦିନ ପ୍ରଥମେ ବାରିପଦା ଛଉ ପଡ଼ିଆରେ ନିର୍ବାଚନୀ ସଭା କରିବେ ପ୍ରଧାନମନ୍ତ୍ରୀ । ପରେ ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ାରେ ଜନସଭାକୁ ମୋଦି ସମ୍ବୋଧିତ କରିବେ ।

ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି । ୨୯ରେ କେନ୍ଦ୍ରାପଡ଼ା ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏ ନେଇ କେନ୍ଦ୍ରାପଡା ଜିଲା ବିଜେପି ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ରାପଡା ବାରୋ ସ୍ଥିତ ସିଦ୍ଧ ମଠ ପଡିଆରେ ବିଶାଳ ଜନସଭାରେ ଯୋଗ ଦେବେ

ସେପଟେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ତା ପରଦିନ ଅର୍ଥାତ୍ ୩୦ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ୨୯ ତାରିଖ ଦିନ ୧୧ଟାରେ ବାଲେଶ୍ୱରରେ ସଭା କରିବେ ଖଡଗେ । ୨୯ ତାରିଖ ଅପରାହ୍ନ ୩ଟାରେ ଭଦ୍ରକ ଚାନ୍ଦବାଲିରେ ଖଡଗେଙ୍କ ସଭା ରହିଛି ।

୩୦ ତାରିଖ ଦିନ ୧୧ଟାରେ ସିମୁଳିଆ ସାନମହିତପୁରରେ ରାହୁଲ ଏକ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ସେପଟେ ଗତକାଲି ଓଡ଼ିଶା ଆସିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଈରାନୀ । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କରିଥିଲେ ସ୍ମୃତି ଈରାନୀ ।

Related Posts