ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ପ୍ରତିବାଦରେ ଯାଜପୁର ବିଜେପି ଯୁବମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରାଜ୍ୟ ସରକାର ବିଦ୍ୟୁତ୍ ଦର ବୃଦ୍ଧି କରି ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ଗତ ୬ ମାସରେ ବିଦ୍ୟୁତ୍ ବିଭାଗ ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି କରିଛି । ଏହାଦ୍ବାରା ସାଧାରଣ ଉପଭୋକ୍ତାମାନେ ଆର୍ଥିକ ଭାବେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । କରୋନା ସମୟରେ ଛାତ୍ରଛାତ୍ରୀମାନେ ଟିଭି ଏବଂ ଇଣ୍ଟରନେଟ୍ ମାଧ୍ୟମରେ ପାଠ ପଢୁଛନ୍ତି । ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି । 

ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ସେମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଯୁବ ଉଦ୍ୟୋଗୀମାନେ ମଧ୍ୟ ଲୋ ଭୋଲ୍ଟଜ ଓ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ସେମାନଙ୍କ ବାଣିଜ୍ୟ ବ୍ୟବସାୟରେ ଅନେକ କ୍ଷତି ସହୁଛନ୍ତି । ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ ଲୋ ଭୋଲ୍ଟେଜ୍ ପ୍ରତିବାଦରେ ଆଜି ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜଙ୍କ ନେତୃତ୍ବର ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ବ୍ୟାସନଗରର ଗୋପବନ୍ଧୁ ଛକଠାରେ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଯୁବ କାର୍ଯ୍ୟକର୍ତ୍ତାମାନେ ଏକ  ଶୋଭାଯାତ୍ରାରେ ଗୋପବନ୍ଧୁ ଛକରୁ ଯାଜପୁର ରୋଡ଼ ରେଳଷ୍ଟେସନ ପର୍ଯ୍ୟନ୍ତ ଯାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବା ସହ ତୁରନ୍ତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ହ୍ରାସ ପାଇଁ ଦାବି କରିଥିଲେ । 

   ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ସମ୍ପାଦିକା ଇତିଶ୍ରୀ ଜେନା, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଅଯୋଧ୍ୟା ଜେନା, ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ନିରଞ୍ଜନ ଘଡେଇ, ନଟବର ବେହୁରିଆ, ସରୋଜ ଦେ, ଶର୍ମିଲା ଦେଓ, ବିଶ୍ୱଜିତ୍ ସିଂ, ମନୋଜ ଦାସ, ସୁଶାନ୍ତ ସାହୁ, ମନୋରଞ୍ଜନ ନାୟକ, ଅମ୍ଳାନ ସାହୁ, ସନ୍ଦୀପ ପରିଡ଼ା, ଅମର ମଲ୍ଲିକ, କିରଣ ଜେନା, ସୁବାସିଶ ମହାନ୍ତି, ଗୋଲକ କର, ଲଲାଟେନ୍ଦୁ ନାୟକ, ପ୍ରଶାନ୍ତ ସାହୁ, ସୁବାସ ମଲ୍ଲିକ, ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts