ଏଆଇସିସି ଘୋଷଣା କଲା ଓଡ଼ିଶା କଂଗ୍ରେସ ମିଡିଆ ସେଲ, ଗଣେଶ୍ୱର ବେହେରା ଅଧ୍ୟକ୍ଷ, ସତ୍ୟ ନାୟକ ହେଲେ ଆବାହକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମିଡିଆ ସେଲ୍ ର ପୁନର୍ଗଠିତ କରାଯାଇଛି। ଏଆଇସିସି ଅନୁମୋଦନ ଲାଭ କରିବା ପରେ ବିଧିବଦ୍ଧ ଭାବେ କମିଟି ଗଠନ ନେଇ ଘୋଷଣା ହୋଇଛି। ପୁନର୍ଗଠିତ କମିଟିରେ ମୋଟ୍ ୨୦ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରାଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଥିବା ବେଳେ , ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ଦଳର ଯୁବ ନେତା ସତ୍ୟପ୍ରକାଶ ନାୟକଙ୍କୁ ଆବାହକ ଦାୟିତ୍ବ ଦିଆଯାଇଛି। 

ସେହିପରି ଦୀପକ ମହାପାତ୍ରଙ୍କୁ ସଂଯୋଜକ ଦାୟିତ୍ବ ମିଳିଥିବା ବେଳେ କମିଟିରେ ଦଳର ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି ଓ ସୁରେଶ ରାଉତରାୟ ମଧ୍ୟ ରହିଛନ୍ତି। ଏହି ନୂତନ ଟିମରେ ଉଭୟ ଯୁବ ଓ ବରିଷ୍ଠ ନେତା ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। 

  ସେହିପରି ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅଧିରାଜ ପାଣିଗ୍ରାହୀ, ବିଜୟ ଲକ୍ଷ୍ମୀ ସାହୁ, ମନୋରଞ୍ଜନ ଦାସ, ଦେବାଶିଷ ପଟ୍ଟନାୟକ, ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ମହାପାତ୍ର, ଜ୍ଞାନେନ୍ଦ୍ର ବେଉରା, ପ୍ରଶାନ୍ତ ଶତପଥୀ, ସୁଦର୍ଶନ ଦାସ, ବିନାୟକ ଦାସ ମହାପାତ୍ର, ଡକ୍ଟର ହମିଦ୍ ହୁସେନ୍, ଶସ୍ମିତା ବେହେରା, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୂୟାଁ, ପଦ୍ମାକର ଗୁରୁ, ଶୁଭଶ୍ରୀ ପଣ୍ଡା, ଅମୀୟ ପାଣ୍ଡ୍ୟା , ରଜନୀ ମହାନ୍ତି ଓ ଶ୍ରୀ ନିଶିକାନ୍ତ ମିଶ୍ର କମିଟିରେ ସ୍ଥାନ ପାଇଛନ୍ତି।

Related Posts