ବହୁ ଚର୍ଚ୍ଚିତ ଦୁଇ ଦାଦନଙ୍କ ହାତ କଟା ଘଟଣା, ଶେଷ ଅଭିଯୁକ୍ତ କୁ ୧୦ବର୍ଷ କାରାଦଣ୍ଡ ସହ ୧୦ ହଜାର ରେ ଦଣ୍ଡିତ କଲେ ଧର୍ମଗଡ ଏଡିଜେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :କଳାହାଣ୍ଡି ଜିଲ୍ଲାରେ ଗତ ୨୦୧୩ ମସିହାରେ ୨ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ହାତ କଟାଯିବା ଘଟଣା ରେ ଶେଷ ଅଭିଯୁକ୍ତ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ  ୧0 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର ।

 ବିଗତ ଘଟଣାରୁ ଜଣାଯାଏ ଯେ, ଗତ ୨୦୧୩ ମସିହାରେ କଳାହାଣ୍ଡି ଜିଲ୍ଲାର କିଛି ଦାଦନଙ୍କୁ ହାଇଦ୍ରାବାଦ ଚାଲାଣ ପାଇଁ ନିଆଯାଉଥିଲା । ଏହାକୁ ୨ ଦାଦନ ନିଳାମ୍ବର ଧଙ୍ଗଡାମାଝୀ ଓ ଦିଆଲୁ ନିଆଲ ବିରୋଧ କରିଥିଲେ । ସେଥି ମଧ୍ୟରୁ କିଛି ଦାଦନ ଖସି ପଳେଇ ଆସିବାରେ ସକ୍ଷମ ହୋଇଥିଲେ । ତେବେ ଦାଦନ ସର୍ଦାର ଓ ତାର କିଛି ସହଯୋଗୀ ଏମାନଙ୍କୁ ଗୋଟିଏ ଘରେ ରଖି ନିର୍ଯ୍ୟାତନା ଦିଆଯିବା ସହିତ ୨୦୧୩  ମସିହା ଡିସେମ୍ବର ୧୩ ତାରିଖରେ କଳାହାଣ୍ଡି-ବଲାଙ୍ଗୀର ସୀମାର ଏକ ସାଗୁଆନ ଜଙ୍ଗଲରେ ଏହି ଦୁଇ ଦାଦନଙ୍କ ହାତ କାଟି ଦେଇଥିଲେ।

ଏହି ଲୋମହର୍ଷଣକାରୀ ଘଟଣା ସମଗ୍ର ଦେଶରେ ଚହଳ ପକାଇଥିଲା । ଏହି ଘଟଣାରେ ଗତ ୨୪/୧୨/୨୦୧୬ ତାରିଖରେ  ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଧର୍ମଗଡ ୮ ଜଣ ଅଭିଯୁକ୍ତ ବିମଳ ରାଉତ, ମଣ୍ଟୁ ନିଆଲ, ଜୟସେନ ଠେଲା, ଅର୍ଜୁନ ଭୋଇ, ବନ ମାଝୀ, ବୈକୁଣ୍ଠ ରାଉତ, ଗଙ୍ଗାଧର ଦାସ ଓ ପରମେ ତୁଣ୍ଡିଙ୍କୁ ଆଜୀବନ କାରାଦଣ୍ଡା ରେ ଦଣ୍ଡିତ କରିଥିଲେ। ତେବେ ଏହି ସମୟରେ ପର୍ଶୁରାମ ମାଝି ନାମକ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ଓ କେତେ ଦିନ ପରେ ଜୟପାଟଣା ପୁଲିସ ପର୍ଶୁରାମ ମାଝୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

  ଆଜି ସମସ୍ତ ସାକ୍ଷୀ ଓ ପ୍ରମାଣଙ୍କ ତ ଥ୍ୟ ଭିତ୍ତି କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର  ଶେଷ ଅଭିଯୁକ୍ତ ପର୍ଶୁରାମ ମାଝୀ କୁ ୧୦ ବର୍ଷ ଜେଲଦଣ୍ଡା ଦେଶ ସହ ୧୦ ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି । ଏହି ମାମଲା କୁ ସରକାରୀ ଓକିଲ ଥବିର ପ୍ରସାଦ ସାହୁ ପରିଚାଳନା କରିଥିଲେ।

Related Posts