ଚଳନ୍ତା କାର୍ରେ ନିଆଁ । ଭୁବନେଶ୍ବର ଜୟଦେବ ବିହାର ରାସ୍ତାରେ ଏକ ଚଳନ୍ତା କାର୍ରେ ନିଆଁ ଲାଗିଯାଇଛି । କିନ୍ତୁ ସୌଭାଗ୍ୟ ବଶତଃ ଗାଡ଼ି ଭିତରେ ଥିଲେ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ ସମୟରେ ଜୟଦେବ ବିହାର ନିକଟ ରାସ୍ତାରେ ଏକ ହୋଣ୍ଡା ସିଟି କାର୍ରେ ହଠାତ୍ ନିଆଁ ଲାଗିଯାଇଥିଲା । କାର୍ରେ ନିଆଁ ଲାଗିବା ପରେ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା ।
ନିଆଁ ଆୟତ୍ତ କରିବାକୁ ଦମକଳ ଯିବାରେ ବି ଅସୁବିଧା ହୋଇଥିଲା । ବିଳମ୍ବରେ ହେଲେ ବି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ଦମକଳ କର୍ମଚାରୀ । ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ ।