କୋହଲି ପୁଣି ନଂ-1

ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍କରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଯୁବ ୱିକେଟକିପର ତଥା ବ୍ୟାଟସମ୍ୟାନ ଋଷଭ ପନ୍ତ ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରା ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ର‍୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି ।

କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୨୩ ରନ ସଂଗ୍ରହ କରିଥିଲେ । ଏଥିପାଇଁ ତାଙ୍କୁ ୧୪ ପଏଣ୍ଟ ମିଳିଛି । ଏବେ କୋହଲି ୯୩୪ ପଏଣ୍ଟରେ ପହଞ୍ଚିଛନ୍ତି । ବ୍ୟାଟ୍‌ସମ୍ୟାନ୍‌ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମ୍‌ସନ । ପ୍ରଥମ ଥର ପାଇଁ ୱିଲିୟମସନ ୯ଶହ ପଏଣ୍ଟ ଅତିକ୍ରମ କରିଛନ୍ତି ।

ଷ୍ଟିଭ୍‌ ସ୍ମିଥ ତୃତୀୟରେ ଥିବା ବେଳେ ଚେତେଶ୍ବର ପୂଜାରା ଚତୁର୍ଥ ସ୍ଥାନରେ ରହିଛନ୍ତି । ବୋଲିଂରେ ମହମ୍ମଦ ସାମି ଚତୁର୍ଥ, ରବୀନ୍ଦ୍ର ଜାଡେଜା ପଞ୍ଚମ ଓ ରବିଚନ୍ଦ୍ରନ ଅଶ୍ୱିନ ସପ୍ତମ ସ୍ଥାନରେ ରହିଛନ୍ତି ।

Related Posts