ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତଦନ୍ତ କରିପାରିବେ । ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହିତ ଓଡ଼ିଶା ହାଇକୋର୍ଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।ଲୋକୟୁକ୍ତଙ୍କର ନିଜସ୍ୱ ତଦନ୍ତକାରୀ ଶାଖା ରହିଥିବାରୁ ସେ ଭିଜିଲାନ୍ସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ହେଲେ ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶକୁ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲେ । ତେବେ ପ୍ରଦୀପ ପିଟିସନର ଶୁଣାଣି କରି ଓଡିଶା ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଲୋକାୟୁକ୍ତ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ଓଡ଼ିଶା ଲୋକାୟୁକ୍ତଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ବିଚାରପତି ଅଜୟ ରାସ୍ତୋଗୀ ଓ ବିଚାରପତି ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଓଡ଼ିଶା ଲୋକାୟୁକ୍ତଙ୍କ ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ଦେଇଛନ୍ତି ।

Related Posts